Advertisment

OPSC ରେଜଲ୍ଟ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ୍‌

ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
undefined

High Court

୨୦୨୧ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଚୟନ ପ୍ରକ୍ରିୟା ଜାରି ରହିଥିଲେ ବି ଏବେ ପ୍ରକାଶ ପାଇବନି ଫଳ। କାରଣ ଫଳ ପ୍ରକାଶ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସତୀଶଙ୍କୁ ୪୦% ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିବା ବେଳେ ସେ କିନ୍ତୁ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଦାବି କରିଛନ୍ତି। ଏଥିସହ ଏବେ ଜାରି ରହିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରା ଯାଇ ନ ଥିବାରୁ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସତୀଶ ।

ସତୀଶ ଦାବି କରିଛନ୍ତି ଯେ, ତାଙ୍କ ଡିଜାବଲିଟି ଟେଷ୍ଟ ପାଇଁ ମେଡିକାଲ ବୋର୍ଡ଼ ଗଠନ କରିବେ ରାଜ୍ୟ ସରକାର। ଏହାବାଦ ଏବେ ଚାଲିଥିବା ପର୍ସନାଲିଟି ଟେଷ୍ଟରେ ଓଡ଼ିଶା ଲୋକ ସେବା ଆୟୋଗ (OPSC) ତାଙ୍କୁ ସାମିଲ କରୁ।।

Advertisment

ଏହି ମାମଲାର ଶୁଣାଣି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବ । ଆସନ୍ତା ଶୁଣାଣିରେ ମେଡିକାଲ ବୋର୍ଡ ସତୀଶଙ୍କ Disability test ରିପୋର୍ଟ ଦାଖଲ କରିବେ।ଏଥିସହ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ OPSC  ନିଜ ଜବାବ ଦାଖଲ କରିବେ। ତେଣୁ ସେ ପର୍ଯ୍ୟନ୍ତ ଫଳ ପ୍ରକାଶନର ସମ୍ଭାବନା ନାହିଁ। ଏହାପରେ କେବେ ଫଳ ପ୍ରକାଶ ପାଇବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। 

ହାଇକୋର୍ଟଙ୍କ ଏପରି ରାୟ ପରେ ଆଶାୟୀ ପ୍ରାର୍ଥୀଙ୍କ ମନ ଭାଙ୍ଗି ଯାଇଛି। କେବେ ରେଜଲ୍ଟ ବାହାରିବ, କେବେ ସେମାନଙ୍କ ପରିଶ୍ରମର ଫଳ ପାଇବେ, ତାହା ଉପରେ ସେମାନଙ୍କ ନଜର।

Odisha Highcourt Opsc Exam Opsc