Advertisment

ମାଟ୍ରିକ ପାସ୍‌ ପିଲାଙ୍କ ପାଇଁ ସିଆରପିଏଫରେ ଚାକିରି ସୁଯୋଗ, ଦରମା ୬୯ ହଜାର

ମାଟ୍ରିକ ପାସ୍‌ କରିଥିବା ଯୁବକଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ସିଆରପିଏଫରେ ବାହାରିଛି କନଷ୍ଟେବଳ ପଦ।

author-image
Niharika Rout
ଅଦ୍ୟତନ ହୋଇଛି
CRPF

CRPF

ମାଟ୍ରିକ ପାସ୍‌ କରିଥିବା ଯୁବକଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ସିଆରପିଏଫରେ ବାହାରିଛି କନଷ୍ଟେବଳ ପଦ। ମାତ୍ର ଏଥିପାଇଁ ରହିଛି ଗୋଟିଏ ସର୍ତ୍ତ । କେବଳ ସ୍ପୋର୍ଟ୍ସ କୋଟା ଥିବା ଆଶାୟୀ ଯୁବକଯୁବତୀ ହିଁ ଏଥିପାଇଁ ଆବେଦନ କରି ପାରିବେ। ସିଆରପିଏଫ ଏଥିପାଇଁ ଆବେଦନ ଆହ୍ୱାନ କରିଛି।

Advertisment

ସମୁଦାୟ ପଦବୀ ସଂଖ୍ୟା - ୧୬୯

ଯୁବକଙ୍କ ପାଇଁ ୮୩ ପଦବୀ

ଯୁବତୀଙ୍କ ପାଇଁ ୮୬ ପଦବୀ ।

ଶିକ୍ଷାଗତ ଯୋଗ୍ୟତା

ଆଶାୟୀ ପ୍ରାର୍ଥୀ ମାଟ୍ରିକ୍‌ ପାସ୍‌ କରିଥିବା ଆବଶ୍ୟକ ।

ବୟସ ସୀମା

ଆବେଦନକାରୀଙ୍କ ବୟସ ୧୮ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ । ଏଥିସହ ଫେବ୍ରୁଆରୀ ୧୫, ୨୦୨୪ସୁଦ୍ଧା ବୟସ ୨୩ ବର୍ଷରୁ ଅଧିକ ହୋଇ ନ ଥିବା ଆବଶ୍ୟକ ।

ଆବେଦନର ଶେଷ ତାରିଖ

ଏହି ପଦ ନିମନ୍ତେ ଜାନୁଆରୀ ୧ରୁ ଆବେଦନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ ଫେବୃଆରୀ ୧୫ ତାରିଖ ରହିଛି। 

Advertisment

କିପରି କରିବେ ଆବେଦନ

ଆବେଦନକାରୀ ସିଆରପିଏଫର ଅଫିସିଆଲ ୱେବସାଇଟ rect.crpf.gov.in. ରେ ଆବେଦନ କରି ପାରିବେ। ଆବଶ୍ୟକ ଡକ୍ୟୁମେଣ୍ଟ ଦେଇ ସେମାନେ ଅନଲାଇନ୍‌ରେ ନିଜ ଫର୍ମ ଫିଲଅପ୍‌ କରି ପାରିବେ । 

ଆବେଦନ ଫି 

ଏହି ପଦ ନିମନ୍ତେ ଆବେଦନକାରୀଙ୍କୁ ଶହେ ଟଙ୍କା ଫି’ ଦେବାକୁ ପଡ଼ିବ । ମାତ୍ର ମହିଳା ଆଶାୟୀ ପ୍ରାର୍ଥୀ ତଥା ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ଏହାକୁ ଦେୟମୁକ୍ତ କରାଯାଇଛି।

ପେ’ ସ୍କେଲ୍‌

ପ୍ରାର୍ଥୀଙ୍କୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ। ବେସିକ୍‌ ପେ’ ୨୧, ୭୦୦ରୁ ୬୯,୧୦୦ ଯାଏଁ ରହିବ । ବେସିକ୍‌ ପେ’କୁ ବାଦ ଦେଲେ ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ତରଫରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ବି ପାଇ ପାରିବେ। ଏଥିସହ ସେମାନେ ପେନସନ୍‌ ସୁବିଧା ବି ପାଇ ପାରିବେ।

Job Vacancy CRPF Crpf Jawan