Advertisment

CSIR ଜାରି କଲା ବିଜ୍ଞପ୍ତି, ଖାଲି ପଡିଛି ବିଭିନ୍ନ ପଦବୀ

ccmb.res.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସେଣ୍ଟର ଫର୍ ସେଲ୍ୟୁଲାର୍ ଆଣ୍ଡ ମୋଲେକୁଲାର ବାୟୋଲୋଜି, ହାଇଦ୍ରାବାଦ(CSIR-CCMB) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଜୁନିଅର ଷ୍ଟେନୋଗ୍ରାଫର, ଟେକ୍ନିସିଆନ ସହ ଅନ୍ୟାନ୍ୟ ଖାଲି ପଡିଥିବା ପଦବୀ ପୂରଣ କରିବ CSIR-CCMB। ଏଥିପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର 20ରୁ ଆରମ୍ଭ ହେବ।

Advertisment

ଜାନୁୟାରୀ 20 ଆବେଦନର ଶେଷ ତାରିଖ ରହିଛି। ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ccmb.res.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। CSIR ମୋଟ 79 ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି କିଛି। ସେଥିମଧ୍ୟରୁ ଖାଲି ରହିଥିବା ପଦବୀଗୁଡିକ ହେଉଛି...

ଜୁନିଅର ଷ୍ଟେନୋଗ୍ରାଫର୍: 5ଟି ପୋଷ୍ଟ
ଟେକ୍ନିସିଆନ୍ (1): 40ଟି ପୋଷ୍ଟ 
ଟେକ୍ନିକାଲ୍ ଆସିଷ୍ଟାଣ୍ଟ: 18ଟି ପୋଷ୍ଟ
ଟେକ୍ନିସିଆନ ଅଫିସର: 5ଟି ପୋଷ୍ଟ
ସିନିଅର୍ ଟେକ୍ନିସିଆନ ଅଫିସର/ମେଡିକାଲ୍ ଅଫିସର: ଗୋଟିଏ ପୋଷ୍ଟ

Advertisment

ଶିକ୍ଷାଗତ ଯୋଗ୍ୟତା 
ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ବୋର୍ଡରୁ ଦଶମ / ଦ୍ୱାଦଶ / ଡିପ୍ଲୋମା / ଡିଗ୍ରୀ ହାସଲ କରିଥିବା ଜରୁରୀ।

ବୟସ ସୀମା
ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ 27 ବର୍ଷରୁ ଅଧିକ ହୋଇନଥିବ। ଟେକ୍ନିସିଆନ ଏବଂ ଟେକ୍ନିସିଆନ୍ ଆସିଷ୍ଟାଣ୍ଟ ପୋଷ୍ଟ ଆବେଦନ ପାଇଁ ସର୍ବାଧିକ ବୟସ ସୀମା 28 ବର୍ଷ ହୋଇଥିବ। ସେହିପରି ଟେକ୍ନିସିଆନ ଅଫିସର ପଦବୀ ପାଇଁ ଆବେଦନକାରୀଙ୍କ ସର୍ବାଧିକ ବୟସ 30 ବର୍ଷ ଏବଂ ସିନିୟର ଟେକ୍ନିସିଆନ ଅଫିସର (1) / ମେଡିକାଲ ଅଫିସର ପଦବୀ ପାଇଁ ସର୍ବାଧିକ ବୟସ 35 ବର୍ଷ ହୋଇଥିବା ଆବଶ୍ୟକ।

କିପରି କରିବେ ଆବେଦନ
www.ccmb.res.in ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ
ଜବ୍ ଆପ୍ଲିକେସନ୍ ପାଇଁ ରିଲେଟେଡ୍ ସେକ୍ସନକୁ ନେଭିଗେଟ୍ କରନ୍ତୁ
ଜାନୁୟାରୀ 20, 2024 ସମୟସୀମା ପୂର୍ବରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଶେଷ କରନ୍ତୁ
ଜାନୁୟାରୀ 29 ସୁଦ୍ଧା ଆବେଦନ ଫର୍ମର ହାର୍ଡ କପି ଦାଖଲ କରନ୍ତୁ
ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ। 

Job Opportunity CSIR CSIR Recruitment Job Application
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe