/odisha-reporter/media/post_attachments/uploadimage/library/16_9/16_9_0/IMAGE_1698309879.jpg)
Cuttack Collector
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କର ବଦଳି ହୋଇଯାଇଛି। ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଥିବା ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
Advertisment
୨୦୧୨ ବ୍ୟାଚ୍ ଆଇଏଏସ୍ ସରୋଜ କୁମାର ସେଠୀଙ୍କୁ ଗତକାଲି ରାଜ୍ୟ ସରକାର ଅଚାନକ ଢେଙ୍କାନାଳ ଜିଲ୍ଲାପାଳ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ବରିଷ୍ଠ ଓଏଏସ୍ ଅଫିସର ମନୋରଞ୍ଜନ ମଲ୍ଲିକଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।
ଗତକାଲି ସରକାର ୫୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଥିଲେ। ଏହାକୁ ମିଶାଇଲେ ଗତ ୭ ଦିନ ମଧ୍ୟରେ ଜିଲ୍ଲା ସ୍ତରରେ ୩୦୦ରୁ ଅଧିକ ଓଏଏସ୍ ଅଫିସରଙ୍କ ବଦଳି ହୋଇସାରିଲାଣି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
