Advertisment

CTET ପରୀକ୍ଷା ତାରିଖ ପ୍ରକାଶ, ଜାଣନ୍ତୁ, କିପରି କରିବେ ଆବେଦନ?

CTET ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟକୁ ସର୍ଚ୍ଚ କରିପାରିବେ।

Test

Test

Advertisment

ଖୁବ୍‌ ଶୀଘ୍ର ହେବ CTET(Central Teacher Eligibility Test) । ଏଥିନିମନ୍ତେ ଆବେଦନ ସମୟ ସମେତ ପରୀକ୍ଷା ତାରିଖ ଘୋଷଣା କରିଛି ସିବିଏସଇ । CTET ପରୀକ୍ଷା ଆସନ୍ତା ବର୍ଷ ଜାନୁୟାରୀ ୨୧ ତାରିଖରେ ଅନୁଷ୍ଠିତ ହେବ ।

Advertisment

ଇଚ୍ଛୁକ ପ୍ରାର୍ଥୀ CTETର ଅଫିସିଆଲ ୱେବସାଇଟରେ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ସମୟ ସୀମା ଆସନ୍ତା ୨୩ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ଆବଶ୍ୟକ ଫି ଦେଇ ଆବେଦନ କରିପାରିବେ । ସମଗ୍ର ଦେଶର ୧୩୫ଟି ସହରରେ ୨୦ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ସିବିଏସ୍‌ଇ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି, CTET ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟକୁ ସର୍ଚ୍ଚ କରିପାରିବେ। ୱେବସାଇଟ୍‌ରେ ପରୀକ୍ଷା ସମ୍ବନ୍ଧିତ ସମସ୍ତ ସୂଚନା, ସିଲାବସ, ଭାଷା, ପରୀକ୍ଷା ଦେୟ, ଯୋଗ୍ୟତା ଆଦି ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଛି।

Advertisment

ଇଚ୍ଛୁକ ପ୍ରାର୍ଥିମାନେ CTET ପାଇଁ ଆବେଦନ କରିବା ପୂର୍ବରୁ ତାହାର ଅଫିସିଆଲ ୱେବସାଇଟରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଡାଉନଲୋଡ କରି  ତାହାକୁ ଭଲ ଭାବେ ପଢ଼ିବାକୁ ଉପଦେଶ ଦିଆଯାଇଛି।

CTET ବିଜ୍ଞପ୍ତିରେ କୁହାଯାଇଛି, ଇଚ୍ଛୁକ ପ୍ରାର୍ଥୀ ସରକାରଙ୍କ NCTE (National Council for Teacher Education) ଅନୁଯାୟୀ Teacher Eligibility Test (TET) ପାସ୍‌ କରିଥିବା ଜରୁରୀ।

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe