ଏଣିକି ସରକାରୀ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ମିଳିବ ସି-ଅଫ୍। ସରକାରୀ ଛୁଟି ଦିନରେ କାମ କରୁଥିବା ଡାକ୍ତରଙ୍କୁ ସି-ଅଫ୍ ଦେବାକୁ ଘୋଷଣା କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ଡାକ୍ତରମାନଙ୍କୁ ଛୁଟି ଦିଆଯିବ। ଯେଉଁ ମାସରେ କାମ କରିଥିବେ ସେହି ମାସର ଯେକୌଣସି ଦିନ ସେମାନେ ଛୁଟି ନେଇପାରିବେ। ସେହିପରି CL କିମ୍ବା EL ସହ ସି-ଅଫକୁ ସାମିଲ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।
Also Read
ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରୋଗୀ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ମେଡିକାଲ ଅଧୀକ୍ଷକ ଓ ଇନ୍ଚାର୍ଜଙ୍କୁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
ନିଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ସହ ବୈଠକ: ସରକାରଙ୍କ ଟାର୍ଗେଟ୍ ୫ ବର୍ଷରେ ଦେଢ଼ଲକ୍ଷ ପଦବୀ ପୂରଣ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି।
Miscellaneous
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୁଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।