Advertisment

ଡାକ୍ତରଙ୍କୁ ମିଳିବ ସି-ଅଫ୍

CL କିମ୍ବା EL ସହ ସି-ଅଫକୁ ସାମିଲ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Doctor

Doctor

Advertisment

ଏଣିକି ସରକାରୀ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ମିଳିବ ସି-ଅଫ୍। ସରକାରୀ ଛୁଟି ଦିନରେ କାମ କରୁଥିବା ଡାକ୍ତରଙ୍କୁ ସି-ଅଫ୍ ଦେବାକୁ ଘୋଷଣା କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ବିଜ୍ଞପ୍ତି ଅନୁଯାୟୀ, ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ଡାକ୍ତରମାନଙ୍କୁ ଛୁଟି ଦିଆଯିବ। ଯେଉଁ ମାସରେ କାମ କରିଥିବେ ସେହି ମାସର ଯେକୌଣସି ଦିନ ସେମାନେ ଛୁଟି ନେଇପାରିବେ। ସେହିପରି CL କିମ୍ବା EL ସହ ସି-ଅଫକୁ ସାମିଲ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରୋଗୀ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ମେଡିକାଲ ଅଧୀକ୍ଷକ ଓ ଇନ୍‌ଚାର୍ଜଙ୍କୁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Advertisment
Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe