ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି DRDO। ବିଜ୍ଞପ୍ତି ଅନୁସାରେ ଫିଟ୍ଟର୍, ଟର୍ଣ୍ଣର, ମେସିନିଷ୍ଟ, ୱେଲଡର୍, କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ।
ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୧୨୭ଟି ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ମେ' ୩୧ ସୁଦ୍ଧା DRDO ଅଫିସିଆଲ୍ ୱେବ୍ସାଇଟ୍ https://portal.mhrdnats.gov.in/. ମାଧ୍ୟମରେ ଆବେଦନ କରିପାରିବେ।
ଖାଲି ପଦବୀ: ୧୨୭ଟି ପୋଷ୍ଟ
- ଫିଟ୍ଟର୍ – ୨୦
- ଟର୍ଣ୍ଣର୍ – ୮
- ମେସିନିଷ୍ଟ୍ – ୧୬
- ୱେଲଡର୍ – ୪
- ଇଲେକ୍ଟ୍ରିସିଆନ୍ – ୧୨
- ଇଲେକ୍ଟ୍ରୋନିକ୍ସ – ୪
- COPA – ୬୦
- କାର୍ପେଣ୍ଟର – ୨
- ବୁକ୍ ବାଇଣ୍ଡର୍ – ୧
ଶିକ୍ଷାଗତ ଯୋଗ୍ୟତା:
- ପ୍ରାର୍ଥୀମାନେ NCVT / SCVT ସମ୍ବନ୍ଧୀୟ ଟ୍ରେଡ୍ରେ ITI କରିଥିବା ଆବଶ୍ୟକ।
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୫୫ ବର୍ଷ
- ବୟସ ଗଣନା ୧ ଜାନୁଆରୀ ୨୦୨୪ ଅନୁସାରେ ହେବ
ଚୟନ ପ୍ରକ୍ରିୟା:
- ମାର୍କ ଆଧାରରେ ସର୍ଟଲିଷ୍ଟ୍
- ଇଣ୍ଟରଭ୍ୟୁ
- ଡକ୍ୟୁମେଣ୍ଟ୍ ଯାଞ୍ଚ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।