Advertisment

ITI କରିଥିଲେ DRDOରେ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୨୭ ପଦବୀ

ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO) ବିଭିନ୍ନ ପଦବୀ ପାଇଁ ପ୍ରକାଶ କରିଛି ବିଜ୍ଞପ୍ତି।

Representative Image

Representative Image

Advertisment

ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି DRDO। ବିଜ୍ଞପ୍ତି ଅନୁସାରେ ଫିଟ୍ଟର୍, ଟର୍ଣ୍ଣର, ମେସିନିଷ୍ଟ, ୱେଲଡର୍, କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୧୨୭ଟି ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ମେ' ୩୧ ସୁଦ୍ଧା DRDO ଅଫିସିଆଲ୍ ୱେବ୍‌ସାଇଟ୍‌ https://portal.mhrdnats.gov.in/. ମାଧ୍ୟମରେ ଆବେଦନ କରିପାରିବେ।

ଖାଲି ପଦବୀ: ୧୨୭ଟି ପୋଷ୍ଟ

  • ଫିଟ୍ଟର୍ – ୨୦
  • ଟର୍ଣ୍ଣର୍ – ୮
  • ମେସିନିଷ୍ଟ୍ – ୧୬
  • ୱେଲଡର୍ – ୪
  • ଇଲେକ୍ଟ୍ରିସିଆନ୍ – ୧୨
  • ଇଲେକ୍ଟ୍ରୋନିକ୍ସ – ୪
  • COPA – ୬୦
  • କାର୍ପେଣ୍ଟର – ୨
  • ବୁକ୍ ବାଇଣ୍ଡର୍ – ୧
Advertisment

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀମାନେ NCVT / SCVT ସମ୍ବନ୍ଧୀୟ ଟ୍ରେଡ୍‌ରେ ITI କରିଥିବା ଆବଶ୍ୟକ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୫୫ ବର୍ଷ
  • ବୟସ ଗଣନା ୧ ଜାନୁଆରୀ ୨୦୨୪ ଅନୁସାରେ ହେବ

ଚୟନ ପ୍ରକ୍ରିୟା:

  • ମାର୍କ ଆଧାରରେ ସର୍ଟଲିଷ୍ଟ୍
  • ଇଣ୍ଟରଭ୍ୟୁ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
DRDO Recruitment 2024 DRDO Job Job Alert Job Opportunity DRDO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe