ସବୁ ପଂଚାୟତରେ ରହିବେ ଆକାଉଣ୍ଟାଣ୍ଟ, ୭୧୪୨ଟି ନୂଆ ପଦବୀକୁ ମଞ୍ଜୁରୀ

ଏକକାଳୀନ ଯୋଜନାରେ ଯେଉଁ ଗ୍ରାମରୋଜଗାର ସେବକମାନେ କ୍ରମାନ୍ୱୟନରେ ୫ବର୍ଷ କାର୍ଯ୍ୟ କରିଥିବେ ଓ ଅନ୍ୟାନ୍ୟ ଯୋଗ୍ୟତା ପୂରଣ କରୁଥିବେ, ସେମାନଙ୍କୁ ଖାଲିଥିବା ସ୍ଥାନରେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି ।

Representational Image

  • Published: Friday, 16 February 2024
  • , Updated: 16 February 2024, 08:47 PM IST

ସବୁ ପଂଚାୟତରେ ଜଣେ ଲେଖାଏଁ ଆକାଉଣ୍ଟାଣ୍ଟ ରହିବେ । ଏହି ଆକାଉଣ୍ଟାଣ୍ଟ ମାନେ ଡାଟା ଏଣ୍ଟ୍ରିଂ ଅପରେଟର ଭାବେ ମଧ୍ୟ କାର୍ଯ୍ୟ କରିବେ । ଗ୍ରାମପଂଚାୟତର ପ୍ରଶାସନିକ ନିୟନ୍ତ୍ରଣରେ ରହି ଏମାନେ କାର୍ଯ୍ୟ କରିବେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ୭୧୪୨ଟି ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟରର ନୂଆ ପଦବୀ ସୃଷ୍ଟି କରାଯାଇଛି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ନୂଆ ପଦବୀ ଓ ନିଯୁକ୍ତିପଦ୍ଧତି ସହ ସେବା ସର୍ତ୍ତାବଳୀକୁ ଅନୁମୋଦନ କରିଛନ୍ତି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗ୍ରାମପଂଚାୟତକୁ ଅଧିକ ଜୀବନ୍ତ ଓ କାର୍ଯ୍ୟକ୍ରମ କରିବା ପାଇଁ ଓଡ଼ିଶା ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର(ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ-୨୦୨୪ ନାମକ ଏକ ନିୟମ ପ୍ରସ୍ତୁତ କରାଯାଇଛି । ଏହାସହିତ ୭୧୪୨ଟି ପଦବୀ ସୃଷ୍ଟି କରାଯାଇଛି ।

ପଂଚାୟତରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସହିତ ଜଡ଼ିତ ଥିବା ଗ୍ରାମ ରୋଜଗାର ସେବକଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ମୋଟ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟରର ୩୦% ପଦବୀରେ ସେମାନଙ୍କୁ ମନୋନୀତ କରାଯିବ । ବାକି ୭୦% ପଦବୀକୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ କରାଯିବ । ମାତ୍ର ଏକକାଳୀନ ଯୋଜନାରେ ଯେଉଁ ଗ୍ରାମରୋଜଗାର ସେବକମାନେ କ୍ରମାନ୍ୱୟନରେ ୫ବର୍ଷ କାର୍ଯ୍ୟ କରିଥିବେ ଓ ଅନ୍ୟାନ୍ୟ ଯୋଗ୍ୟତା ପୂରଣ କରୁଥିବେ ସେମାନଙ୍କୁ ଖାଲିଥିବା ସ୍ଥାନରେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି ।

Related story