Advertisment

ଦଶମ ପାସ୍ କରିଥିଲେ ରେଲୱେ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଏହି ନିଯୁକ୍ତି ମାଧ୍ୟମରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।

author-image
Debibandita Barick
Train

Train

ରେଳବାଇରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ପୂର୍ବାଞ୍ଚଳ ରେଳବାଇର ନିଯୁକ୍ତି ସେଲ୍ ଏହି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଫିଟର, ୱେଲଡର, କାର୍ପେଣ୍ଟର, ପେଣ୍ଟର୍, ଟର୍ନର, ଇଲେକ୍ଟ୍ରିକାଲ୍, ୱ୍ୱେୟାରମ୍ୟାନ୍, ମେସିନିଷ୍ଟ ସମେତ ବିଭିନ୍ନ ଟ୍ରେଡ୍‌ରେ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବ। 

Advertisment

ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାସ୍ କରିଥିବ ପିଲା ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRBର ଅଫିସିଆଲ୍ ୱେବ୍‌ସାଇଟ୍‌ rrcer.org କୁ ଯାଇ ଆବେଦନ କରିପାରିବେ। 

ସେପ୍ଟେମ୍ବର ୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ୨୪ ଅକ୍ଟୋବରରେ ଆବେଦନ ଶେଷ ହେବ। 

Advertisment

ଖାଲି ପଦବୀ: ୩୧୧୫ଟି ପୋଷ୍ଟ୍

  • ସାଧାରଣ ବର୍ଗ – ୧,୨୬୩
  • EWS – ୩୧୧ଟି ପୋଷ୍ଟ୍
  • SC – ୪୬୮ଟି ପୋଷ୍ଟ୍
  • ST – ୨୩୨ଟି ପୋଷ୍ଟ୍
  • OBC – ୮୪୧ଟି ପୋଷ୍ଟ୍

ଯୋଗ୍ୟତା:

  • ଦଶମରେ ୫୦% ମାର୍କ ସହ ଉତ୍ତିର୍ଣ୍ଣ ହୋଇଥିବା ଆବଶ୍ୟକ
  • ଏହା ବ୍ୟତୀତ ସମ୍ପୃକ୍ତ ଟ୍ରେଡ୍‌ରେ ITI କରିଥିବା ଜରୁରୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • SC/ST/PWD/OBC କ୍ଷେତ୍ରରେ ବୟସ କୋହଳ ଅଛି

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ ଟଙ୍କା
  • SC/ST/ PwBD// ମହିଳା – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Job Opportunity Railway Job Job Alert Railway Recruitment