Advertisment

ESICରେ ପୂରଣ ହେବ ୧୯୩୦ଟି ନର୍ସିଂ ଅଫିସର ପଦ, ଚାଲିଛି ଅନ୍‌ଲାଇନ ଆବେଦନ

୧୯୩୦ଟି ପଦବୀ ମଧ୍ୟରୁ ୮୯୨ଟି ଅସଂରକ୍ଷିତ ରହିଥିବା ବେଳେ ୧୯୩ଟି ଇଡବ୍ଲ୍ୟୁଏସ୍‌ ବର୍ଗ ପାଇଁ ସଂରକ୍ଷିତ ରହିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Nursing Officer

Nursing Officer

କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ରେ ଖାଲି ପଡ଼ିଥିବା ୧୯୩୦ଟି ନର୍ସିଂ ଅଫିସର ପଦବୀରେ ନିଯୁକ୍ତି ଦେବାକୁ ୟୁପିଏସ୍‌ସି ବିଜ୍ଞପ୍ତି ଜାରି କରିଥିବା ବେଳେ ମାର୍ଚ୍ଚ ୭ ତାରିଖରୁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment

୧୯୩୦ଟି ପଦବୀ ମଧ୍ୟରୁ ୮୯୨ଟି ଅସଂରକ୍ଷିତ ରହିଥିବା ବେଳେ ୧୯୩ଟି ଇଡବ୍ଲ୍ୟୁଏସ୍‌ ବର୍ଗ ପାଇଁ ସଂରକ୍ଷିତ ରହିଛି। ସେହିପରି ଓବିସିଙ୍କ ପାଇଁ ୪୪୬ଟି ପଦ ସଂରକ୍ଷିତ ହୋଇଥିବା ବେଳେ ଏସ୍‌ସି ଓ ଏସ୍‌ଟି ବର୍ଗ ପାଇଁ ଯଥାକ୍ରମେ ୨୩୫ ଓ ୧୬୪ଟି ପଦବୀ ସଂରକ୍ଷିତ ହୋଇଛି। ଏହି ୧୯୩୦ଟି ପଦବୀ ମଧ୍ୟରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୬୮ଟି ଉଦ୍ଦିଷ୍ଟ ରହିଛି।

ବୟସ ସୀମା

ଅସଂରକ୍ଷିତ ଓ ଇଡବ୍ଲ୍ୟୁଏସ୍‌ ବର୍ଗର ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ରହିଛି। ଅନ୍ୟବର୍ଗଙ୍କ ପାଇଁ ଏଥିରେ କୋହଳ କରାଯାଇଛି। ଓବିସି ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ୨୫ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି। ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଛି।

Advertisment

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ ନର୍ସିଂ ଅନର୍ସ ବା ସମ୍ମାନ ରଖି ବି.ଏସ୍‌ସି କରିଥିବେ ବା ବିଏସ୍‌ସି ନର୍ସିଂର ରେଗୁଲାର କୋର୍ସ କରିଥିବା ଆବଶ୍ୟକ। ସେହିପରି ସେ ଷ୍ଟେଟ୍‌ ନର୍ସିଂ କାଉନ୍‌ସିଲରେ ଜଣେ ନର୍ସ ବା ନର୍ସ ଏବଂ ମିଡ୍‌-ୱାଇଫ୍ ଭାବେ ନିଜ ନାମ ପଞ୍ଜୀକୃତ କରିଥିବା ଆବଶ୍ୟକ।

ପ୍ରାର୍ଥୀଙ୍କ ପାଖରେ ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା ଥିବ ଅବା ପ୍ରାର୍ଥୀ ଜେନାରାଲ ନର୍ସିଂ ମିଡ୍‌-ୱାଇଫେରୀରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ ବା କାଉସିଲରୁ ଡିପ୍ଲୋମା କରିଥିବେ ଏବଂ ଷ୍ଟେଟ୍ ନର୍ସିଂ କାଉନସିଲରେ ଜଣେ ନର୍ସ ବା ନର୍ସ ଏବଂ ମିଡ୍‌-ୱାଇଫ୍ ଭାବେ ନିଜ ନାମ ପଞ୍ଜୀକୃତ କରିଥିବେ। ସେହିପରି ଜେନାରାଲ ନର୍ସିଂ ମିଡ୍‌-ୱାଇଫେରୀରେ ଡିପ୍ଲୋମା କରିବା ପରେ ସେ କୌଣସି ୫୦ଟି ବେଡ୍ ବିଶିଷ୍ଟ ଡାକ୍ତରଖାନାରେ କାମ କରିଥିବେ।

ଚୟନ ପ୍ରକ୍ରିୟା

ଏହି ପଦରେ ନିଯୁକ୍ତି ପାଇଁ ୟୁପିଏସ୍‌ସି ଲିଖିତ ପରୀକ୍ଷା କରିବ। ଏହି ପରୀକ୍ଷା ଆସନ୍ତା ଜୁଲାଇ ୭ ତାରିଖରେ ହେବ। ଓଡ଼ିଶାର କଟକରେ ମଧ୍ୟ ପରୀକ୍ଷା କେନ୍ଦ୍ର ରହିଛି। ତେବେ ୟୁପିଏସ୍‌ସି ଉଭୟ ପରୀକ୍ଷା ତାରିଖ ଓ କେନ୍ଦ୍ରକୁ ପରିବର୍ତ୍ତନ କରିପାରେ।

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ upsc.gov.in ଖୋଲି Recruitment ସେକ୍ସନର Advertisementsକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ପଢ଼ି ସବିଶେଷ ତଥ୍ୟ ପାଇପାରିବେ।

UPSC ESIC