Advertisment

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା; CISF, BSF ଓ RPFରେ ୧୦% ଆରକ୍ଷଣ

ପୂର୍ବତନ ଅଗ୍ନବୀର ଯବାନଙ୍କ ପାଇଁ ବୟସସୀମା ଓ ଶାରୀରିକ ପରୀକ୍ଷା ମଧ୍ୟ କୋହଳ ରହିବ।

author-image
Debibandita Barick
 Agniveer

Agniveer

ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି CISF, BSF ଓ RPF କନେଷ୍ଟବଳ ପୋଷ୍ଟ ଲାଗି ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। 

Advertisment

ସେହିପରି ବୟସସୀମା ଓ ଶାରୀରିକ ପରୀକ୍ଷା କ୍ଷେତ୍ରରେ ମଧ୍ୟ ପୂର୍ବତନ ଅଗ୍ନବୀର ଯବାନଙ୍କ ପାଇଁ କୋହଳ ବ୍ୟବସ୍ଥା ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଘୋଷଣା ପରେ ବିଏସଏଫ, ସିଆଇଏସଏଫ୍ ଏବଂ ଆରପିଏଫ ପକ୍ଷରୁ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। 

୨୦୨୨ ଜୁନରେ କେନ୍ଦ୍ର ସରକାର ପ୍ରଥମ କରି ସେନାରେ ଅଗ୍ନିପଥ ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ନିଯୁକ୍ତି ମାଧ୍ୟମରେ ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସ୍କ ପିଲା ସେନାରେ ନିୟୋଜିତ ହୋଇ ପାରୁଥିଲେ। ଅଗ୍ନିପଥ ଯୋଜନାରେ ସାମିଲ ହେଉଥିବା ଯବାନଙ୍କ କାର୍ଯ୍ୟକାଳ ୪ ବର୍ଷ ରଖାଯାଇଛି।

Advertisment

ନିଯୁକ୍ତ ଅଗ୍ନବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଯବାନଙ୍କ ଚାକିରି କାଳ ଆଉ ୧୫ ବର୍ଷ ପାଇଁ ବଢ଼ାଯିବାର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୫ ପ୍ରତିଶତ ଯବାନଙ୍କୁ କ୍ଷତିପୂରଣ ସହ ଅବସର ଦିଆଯିବାର ବ୍ୟବସ୍ଥା ରହିଛି।

କିନ୍ତୁ ସେନାବାହିନୀରେ ଏହି ସାମୟିକ ନିଯୁକ୍ତି ବ୍ୟବସ୍ଥାକୁ ବିରୋଧୀ ପ୍ରବଳ ବିରୋଧ କରି ଆସୁଥିବା ବେଳେ ବିଏସ୍ଏଫ୍, ସିଆଇଏସ୍ଏଫ ଓ ଆରପିଏଫରେ କନେଷ୍ଟବଳ ପୋଷ୍ଟ ପାଇଁ ସୁବିଧା ଆଣିଛନ୍ତି କେନ୍ଦ୍ର ସରକାର। 

Cisf BSF Reservation Agniveer Job RPF