Advertisment

ପୁଲିସ୍‌ ଏସ୍‌ଆଇ ପରୀକ୍ଷା ପାଇଁ ତାରିଖ ଘୋଷଣା

ମାର୍ଚ୍ଚ ୧ ତାରିଖରୁ ଆଶାୟୀମାନେ ଡାଉନଲୋଡ୍ କରିପାରିବେ ଆଡ୍‌ମିଟ୍ କାର୍ଡ।

author-image
Jitendra Garnayak
ଅଦ୍ୟତନ ହୋଇଛି
Police

Police

୯୩୩ଟି ପୁଲିସ ଏସ୍‌ଆଇ ଓ ସମାନ ରାଙ୍କର ଅନ୍ୟାନ୍ୟ ପଦବୀ ପୂରଣ ନିମନ୍ତେ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ପ୍ରକାଶ ପାଇଛି ପରୀକ୍ଷା ତାରିଖ। ମାର୍ଚ୍ଚ ୮ ଓ ୯ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ହେବ। OMR ସିଟ୍‌ରେ ହେବ ପରୀକ୍ଷା।

Advertisment

ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୁଲିସ ୱେବସାଇଟ https://odishapolice.gov.in ରେ ପାଇପାରିବେ। ଆଡ୍‌ମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ସମୟ ସଂପର୍କରେ ସୂଚନା ଦିଆଯାଇଥିବ ବୋଲି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଆଜି ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି।

ପୁଲିସ SI ଓ ଏହି ସମାନ ରାଙ୍କର ଅନ୍ୟାନ୍ୟ ପଦପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ସଂପର୍କରେ ଅଧିକ ସୂଚନା ଜାଣିବା ପାଇଁ https://odishapolice.gov.in ୱେବସାଇଟକୁ ନିୟମିତ ଭାବେ ଭିଜିଟ୍ କରିବାକୁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଆଶାୟୀମାନଙ୍କୁ ପରାମର୍ଶ ଦେଇଛି।

Advertisment

୯୩୩ଟି ପଦବୀରୁ ୬୦୯ଟି ପୁଲିସ୍ ଏସ୍‌ଆଇ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ୨୫୩ଟି ପୁଲିସ୍ ଏସ୍‌ଆଇ ଆର୍ମଡ୍‌, ୪୭ଟି ଷ୍ଟେସନ ଅଫିସର (ଫାୟାର ସର୍ଭିସ) ଓ ୨୪ଟି ଆସିଷ୍ଟାଣ୍ଟ ଜେଲର ପଦ ପାଇଁ ଉଦ୍ଦିଷ୍ଟ ରହିଛି।

Police Si