Advertisment

GAIL ଇଣ୍ଡିଆରେ ପୂରଣ ହେବ ୨୬୧ଟି ପଦବୀ, ସୁଯୋଗ ନେଇପାରିବେ ଇଞ୍ଜିନିୟରିଂ ପିଲା

ସିନିୟର ଇଞ୍ଜିନିୟର ସମେତ ଅନ୍ୟାନ୍ୟ ପଦବୀ ପାଇଁ ଚାଲିଛି ଆବେଦନ ପ୍ରକ୍ରିୟା।

author-image
Debibandita Barick
Gail

Gail

GAIL (ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ)ରେ ପୂରଣ ହେବ ପଦବୀ। ଏନେଇ ବିଜ୍ଞପ୍ତି ଜାରି କରିଛି GAIL ଇଣ୍ଡିଆ। ଏହି ନିଯୁକ୍ତି ମାଧ୍ୟମରେ GAIL ଇଣ୍ଡିଆରେ ସିନିୟର ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପୂରଣ ହେବ। 

Advertisment

ଏହି ନିଯୁକ୍ତି ମାଧ୍ୟମରେ ୨୬୧ଟି ପଦବୀ ପୂରଣ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନଭେମ୍ବର ୧୨ରୁ ଆବେଦନ ଆରମ୍ଭ ହୋଇଛି, ଡିସେମ୍ବର ୧୧ ଆବେଦନର ଶେଷ ତାରିଖ। ଏହି ଦିନ ମଧ୍ୟରେ ଆବେଦନ କରିପାରିବେ। 

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ GAIL ଇଣ୍ଡିଆର ଅଫିସିଆଲ୍ ୱେବ୍‌ସାଇଟ୍‌ gailonline.comକୁ ଯାଇ ଆବେଦନ କରିପାରିବେ। କେତେ ପଦବୀ ଖାଲି ରହିଛି ଏୂଂ ଆବେଦନ ପାଇଁ କଣ ସବୁ ନିୟମ ରହିଛି, ଜାଣନ୍ତୁ...

Advertisment

ଖାଲି ପଦବୀ: ୨୬୧ଟି

  • ସିନିୟର ଇଞ୍ଜିନିୟର – ୯୮
  • ବରିଷ୍ଠ ଅଧିକାରୀ – ୧୩୦ 
  • ଅଫିସର୍ – ୩୩

ଯୋଗ୍ୟତା:
ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରୁ ପ୍ରାସଙ୍ଗିକ ଟ୍ରେଡ୍‌ରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। 

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୮ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ

ଦରମା:

  • ସର୍ବନିମ୍ନ ଦରମା – ୬୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୮୦,୦୦୦ ଟଙ୍କା

ଆବେଦନ ଶୁଳ୍କ:

  • SC/ST/PwBD/OBC(NCL) – ଦେୟମୁକ୍ତ
  • ଅନ୍ୟମାନେ – ୨୦୦ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ତଥ୍ୟ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ। 

Job Vacancy GAIL India