Advertisment

ଦିନକୁ ଘଣ୍ଟାଏ କାମ କରୁଛନ୍ତି, କିନ୍ତୁ ଦରମା ୧.୨ କୋଟି ଟଙ୍କା

ଫର୍ଚ୍ୟୁନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଛଦ୍ମନାମ ହେଉଛି ଡେଭୋନ। ସେ ଦିନକୁ ମାତ୍ର ୧ ଘଣ୍ଟା ଗୁଗଲକୁ ଦେଉଛନ୍ତି।

ଅଦ୍ୟତନ ହୋଇଛି
google

google

Advertisment

ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ସତରେ ଜଣେ ବ୍ୟକ୍ତି ମାତ୍ର ଘଣ୍ଟାଏ କାମ କରି ବର୍ଷକୁ ୧.୨ କୋଟି ଟଙ୍କା ପାଉଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ଏକଦମ ସତ। ଗୁଗଲ ପାଇଁ କାମ କରୁଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଏପରି ଆୟ କରୁଛନ୍ତି। ସେ କମ୍ପାନୀ ପାଇଁ ଦିନକୁ ଘଣ୍ଟାଏ କାମ କରି ବର୍ଷକୁ ୧,୫୦,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ୧ କୋଟି ୨୦ ଲକ୍ଷ ଟଙ୍କା ଦରମା ପାଉଛନ୍ତି।

Advertisment

ଫର୍ଚ୍ୟୁନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଛଦ୍ମନାମ ହେଉଛି ଡେଭୋନ। ସେ ଦିନକୁ ମାତ୍ର ୧ ଘଣ୍ଟା ଗୁଗଲକୁ ଦେଉଛନ୍ତି। ବାସ ସେହି ଘଣ୍ଟାଏ ଭିତରେ ସେ କମ୍ପାନୀ ପାଇଁ ଯାହା ଦରକାର ସେ କାମ କରି ଦେଉଛନ୍ତି। ଦିନର ବାକି ସମୟ ସେ ତାଙ୍କର ଷ୍ଟାର୍ଟଅପ୍‌ରେ ଲଗାଉଛନ୍ତି।

ରିପୋର୍ଟରେ କୁହାଯାଉଛି ଯେ ଡେଭୋନ ଯେତେବେଳେ ଅଫର ଗ୍ରହଣ କଲେ ସେତେବେଳେ ଭଲ ଭାବେ ଜାଣିଥିଲେ ଯେ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ସେ ଗୁଗଲରେ ସ୍ଥାୟୀ ଚାକିରି ପୂର୍ବରୁ ଇଣ୍ଟର୍ଣ୍ଣ ଭୂମିକାରେ ଥିଲେ। ସେତେବେଳେ ସେ ଦୈନିକ ଦୁଇ ଘଣ୍ଟା କାମ କରୁଥିଲେ ଓ ସପ୍ତାହକୁ ୨ ହଜାର ଡଲାର ଦରମା ଆକାରରେ ପାଉଥିଲେ।

Advertisment

ଡେଭୋନ ଫର୍ଚ୍ୟୁନକୁ କହିଛନ୍ତି, ସେ ଇଣ୍ଟର୍ଣ୍ଣଶିପ କରିବା ସମୟରେ ଆବଶ୍ୟକ ଥିବା ସମସ୍ତ କୋଡ୍‌କୁ ଯଥାଶୀଘ୍ର ଶେଷ କରି ଦେଉଥିଲେ। ଗୁଗଲର ନୀତି ଅନୁସାରେ ଜଣେ କର୍ମଚାରୀଙ୍କୁ ପୂରା ଡ୍ୟୁଟି କରିବାକୁ ପଡ଼ିବ। କିନ୍ତୁ ଡେଭୋନ ତାଙ୍କର ସବୁ କାମ ଏବେ ୧ ଘଣ୍ଟା ଭିତରେ ସାରି ଦେଉଛନ୍ତି। ତେବେ ସେ ୧ ଘଣ୍ଟା କାମ କରୁଥିଲେ ହେଁ ଏକଥା କାହାକୁ ମଧ୍ୟ ଜଣାନାହିଁ।

ସେ ସ୍ୱଳ୍ପ ସମୟ ମଧ୍ୟରେ କମ୍ପାନୀ ପାଇଁ ଆବଶ୍ୟକ ଗୁଣବତ୍ତାର କାମ କରି ଦେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ କେହି ସେ ପୂରା ଡ୍ୟୁଟି ସମୟରେ କାମ କରୁ ନଥିବା ସନ୍ଦେହ କରନ୍ତି ସେତେବେଳେ ସେ ଆଉ ଗୋଟିଏ ଲାଇନର କୋଡ୍‌କୁ ଦାଖଲ କରି ଦିଅନ୍ତି। ଏହାଦ୍ୱାରା ସେ ସବୁ ସପ୍ତାହ ଓ ସବୁ ସମୟରେ କାମ କରୁଥିବା ସମସ୍ତେ ଭାବନ୍ତି। ତାଙ୍କ ମ୍ୟାନେଜର ମଧ୍ୟ ବହୁତ ଭଲ ଓ ସେ ମଧ୍ୟ ତାଙ୍କୁ ଅଫିସ ଆସିବାକୁ କୁହନ୍ତି ନାହିଁ ବୋଲି ଡେଭୋନ କହିଛନ୍ତି।

ସପ୍ତାହର କେତେ ଦିନ ଜଣେ କର୍ମଚାରୀ ଅଫିସ ଆସିବେ, ସେକଥା ଗୁଗଲ ଧାର୍ଯ୍ୟ କରିଛି। କିନ୍ତୁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି କର୍ମଚାରୀଙ୍କ ରିପୋର୍ଟିଂ ମ୍ୟାନେଜର ହିଁ ନେବେ। ତେଣୁ ଏହାର ଫାଇଦା ଉଠାଇ ଡେଭୋନ ମାତ୍ର ଘଣ୍ଟାଏ ଭିତରେ ସବୁ କିଛି ଆବଶ୍ୟକ କୋଡ କମ୍ପାନୀ ପାଇଁ ପ୍ରସ୍ତୁତ କରି ଦିଅନ୍ତି। ହେଲେ ସେ ପୂରା ସମୟ କାମ କରୁଥିବା ଦର୍ଶାଇ ଥାଆନ୍ତି।

Google
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe