Advertisment

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ିଲା

୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ପ୍ରଦୀପ ଜେନା ଏହି ପଦବୀରେ କାର୍ଯ୍ୟ କରିବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
CS Pradeep Jena

CS Pradeep Jena

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳକୁ ସରକାର ୬ ମାସ ବଢ଼ାଇ ଦେଇଛନ୍ତି। ଫଳରେ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା। 

Advertisment

ଗତ ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା। ସେ ହେଉଛନ୍ତି ୧୯୮୯ ବ୍ୟାଚ୍‌ର ଆଇଏଏସ୍ ଅଫିସର୍। ପ୍ରାଶାସନିକ ଦକ୍ଷତା ପାଇଁ ସେ ପରିଚିତ। ୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ କୁମାର ଜେନା ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ।

ଶ୍ରୀ ଜେନା ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଆଇଟି ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ମହାବାତ୍ୟା ସମୟରେ କଟକର ଜିଲ୍ଲାପାଳ ଥିବାବେଳେ ସେ ନିଜର ଦକ୍ଷତା ଓ କାର୍ଯ୍ୟ ମାଧ୍ୟମରେ ‘ଲୋକଙ୍କ ଜିଲ୍ଲାପାଳ’ ଭାବେ ପରିଚିତ ହୋଇଥିଲେ । 

Advertisment