Advertisment

ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଆସନ୍ତା ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
CS Manoj Ahuja

Manoj ahuja

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ବଢ଼ାଇଛନ୍ତି। ତାଙ୍କ କାର୍ଯ୍ୟକାଳକୁ ଆଉ ବର୍ଷେ ବଢ଼ାଇ ଦେଇଛନ୍ତି। ଫଳରେ ୨୦୨୬ ଜାନୁଆରୀ ୧ ତାରିଖ  ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। 

Advertisment

ଆସନ୍ତା ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା। ବିଜେପି ସରକାର ଗଠନ ପରେ ଜୁନ ୩୦ରେ ସରିଥିଲା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ସେତେବେଳେ ଡେପୁଟେସନରୁ ଆସି ମୁଖ୍ୟ ସଚିବ ପଦରେ ବସିଥିଲେ ମନୋଜ ଆହୁଜା।

ମାତ୍ର ୬ ମାସ ଭିତରେ ନୂଆ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ମନୋଜ ଆହୁଜା। ବିଶେଷ କରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଗୁଡ଼ିକୁ ପୂରଣ କରିବାରେ ବଡ଼ ଭୂମିକା ନିଭାଇଛନ୍ତି। ଏ ଭିତରେ ରାଜ୍ୟରେ ପ୍ରଥମ ଥର ନାଭାଲ ଡେ, ଡିଜି ସମ୍ମିଳନୀର ସଫଳ ଆୟୋଜନ ହୋଇଥିବା ବେଳେ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। 

Advertisment

ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ରାଜ୍ୟରେ ବିଜେପି ସରକାର ଆସିବା ପରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଶ୍ରୀ ଆହୁଜାଙ୍କ ଗୃହ କ୍ୟାଡରକୁ ଫେରିଯିବାକୁ ଅନୁମତି ଦେଇଥିଲେ। ଏହା ପରେ ଶ୍ରୀ ଆହୁଜା ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମନୋଜ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍।

Bhubaneswar Manoj Ahuja