ଠିକାରେ ନିଯୁକ୍ତି ହେବେ ପ୍ରାଥମିକ ଶିକ୍ଷକ: କ୍ୟାବିନେଟ ରଦ୍ଦ କରିଥିଲେ, ଏବେ ଜିଲ୍ଲାସ୍ତରରେ ହେବ ଠିକା ନିଯୁକ୍ତି

ସ୍କୁଲ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁସାରେ, ରାଜ୍ୟ ସରକାର ଏଲିମେଂଟାରୀ ଶିକ୍ଷାର ସମସ୍ତ ପରିଚାଳନାକୁ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟ ପଂଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Lokasabh Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Tuesday, 22 August 2023
  • Updated: 22 August 2023, 10:46 PM IST

Sports

Latest News

ରାଜ୍ୟରୁ ଠିକା ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେବାର ୧୦ମାସ ନପୂରୁଣୁ ପୁଣିଥରେ ଭିନ୍ନ ଢଙ୍ଗରେ ନୂଆ ରୂପରେ ‘ଠିକା ଶିକ୍ଷକ ନିଯୁକ୍ତି’ ନିମନ୍ତେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । ନ୍ୟାସନାଲ କାଉନସିଲ୍ ଅଫ ଟିଚର୍ସ ଏଜୁକେସନ(ଏନସିଟିଇ) ଓ ସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ତାରିଖର ରାୟକୁ ଆଳ ଦେଖାଇ ରାଜ୍ୟ ସରକାର ଜିଲ୍ଲାସ୍ତରରେ ପ୍ରାଥମିକ ସ୍କୁଲଗୁଡ଼ିକରେ ଠିକାରେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଧିବଦ୍ଧ ଗାଇଡଲାଇନ୍ ଜାରି କରିଛି । ଜୁନିୟର ଟିଚର୍ସ(ସ୍କିମେଟିକ୍) ବା କନିଷ୍ଠ ଶିକ୍ଷକ(ଯୋଜନାବଦ୍ଧ) ନାଁରେ ପ୍ରଥମରୁ ପଂଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଥିବା ସ୍କୁଲଗୁଡ଼ିକରେ ‘ସମଗ୍ର ଶିକ୍ଷା ଯୋଜନା’ଏହି ଶିକ୍ଷକମାନେ ଠିକାରେ ନିଯୁକ୍ତି ପାଇବେ । ଅନ୍ୟପକ୍ଷରେ ବିଭାଗ ଏହି ଠିକା ବା ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ପ୍ରାୟ ୨୦ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁସାରେ, ରାଜ୍ୟ ସରକାର ଏଲିମେଂଟାରୀ ଶିକ୍ଷାର ସମସ୍ତ ପରିଚାଳନାକୁ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟ ପଂଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଜୁନିୟର ଟିଚର୍ସ(ସ୍କିମେଟିକ୍)ମାନେ(ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ମଧ୍ୟ ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ସମଗ୍ର ଶିକ୍ଷା ଯୋଜନାରେ ଜିଲ୍ଲା ପରିଷଦଗୁଡ଼ିକ ଦ୍ୱାରା ନିଯୁକ୍ତି ପାଇବେ । ୧୮ରୁ ୩୮ବର୍ଷ ବୟସ(ଅନୁସୂଚିତ ଜାତି-ଜନଜାତିଙ୍କ ପାଇଁ ଅଧିକ ୫ବର୍ଷ କୋହଳ , ଭିନ୍ନକ୍ଷମଙ୍କ ପାଇଁ ଅତିରିକ୍ତ ୧୦ବର୍ଷ କୋହଳ)ର ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଏହି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ । ପ୍ରଥମରୁ ପଂଚମ ଶ୍ରେଣୀ ନିମନ୍ତେ ପ୍ରାର୍ଥୀଙ୍କୁ ନିଶ୍ଚିତ ଭାବେ ଯୁକ୍ତ ଦୁଇ ପରୀକ୍ଷାରେ ୫୦% ମାର୍କ ସହ ଏଲିମେଣ୍ଟାରୀ ଏଜୁକେସନରେ ୨ବର୍ଷର ଡିପ୍ଲୋମା କିମ୍ବା ଗ୍ରାଜୁଏସନ ଓ ଦୁଇବର୍ଷର ଡିପ୍ଲୋମା ପାସ୍ କରିଥିଲେ । ସମ୍ପୃକ୍ତ ପ୍ରାର୍ଥୀ ଓଟିଇଟି ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ମାତୃଭାଷା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ରହିଥିବା ଜରୁରୀ । ସେହିପରି ପଂଚମରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ଗ୍ରାଜୁଏସନ୍ ସହ ୨ବର୍ଷିଆ ଏଲିମେଂଟାରୀ ଶିକ୍ଷାରେ ଡିପ୍ଲୋମା, ଅବା ଗ୍ରାଜୁଏସନରେ ୫୦% ମାର୍କ ସହ ବିଇଡିରେ କୃତକାର୍ଯ୍ୟ ହୋଇଥିବା ଜରୁରୀ । ସମ୍ପୃକ୍ତ ପ୍ରାର୍ଥୀ ଓଟିଇଟି ପରୀକ୍ଷାରେ ପାସ୍ ସହ ନିଜର ମାତୃଭାଷା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ରହିଥିବା ଜରୁରୀ ।

ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ଶିକ୍ଷକ ପଦବୀ ନିମନ୍ତେ ଅନଲାଇନରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦେବାକୁ ପଡ଼ିବ । ଆଉ ପ୍ରାର୍ଥୀମାନଙ୍କ ମେରିଟ୍ ଲିଷ୍ଟ ବିଭିନ୍ନ ବର୍ଗୱାରି ଜିଲ୍ଲାସ୍ତରରେ ପ୍ରକାଶ ପାଇବ । ଏହାସହିତ ଓସେପା ୱେବସାଇଟରେ ମଧ୍ୟ ପ୍ରଦର୍ଶିତ ହେବ । ଯୋଗ୍ୟ ପ୍ରାର୍ଥୀମାନଙ୍କ ଡକ୍ୟୁମେଂଟ ଯାଂଚ ପରେ ଜିଲ୍ଲାସ୍ତରରେ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ ଓ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ଜିଲ୍ଲାରେ କାଉନସେଲିଂ ମାଧ୍ୟମରେ ସ୍କୁଲ ଆବଂଟନ କରାଯିବ ।

Also Read

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଜିଲ୍ଲା ପରିଷଦ ଚୟନ କମିଟି ଗଠନ କରାଯିବ । ଷ୍ଟାମ୍ପ ପେପରରେ କୃତକାର୍ଯ୍ୟ ହୋଇଥିବା ଜୁନିୟର ଟିଚର୍ସ(ସ୍କିମେଟିକ୍)ମାନଙ୍କୁ ଜିଲ୍ଲାପାଳଙ୍କ ସହ ଚୁକ୍ତି ସ୍ୱାକ୍ଷର କରିବାକୁ ପଡ଼ିବ । ଯାହାକି ପ୍ରତିବର୍ଷ ନବୀକରଣ କରାଯିବ । ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ତାଙ୍କର ଚୁକ୍ତି ନବୀକରଣ ହେବ । ଏଥିପାଇଁ ସମ୍ପୃକ୍ତ ଶିକ୍ଷକଙ୍କୁ ସେ ମୁତୟନ ହୋଇଥିବା ସ୍କୁଲର ପ୍ରଧାନଶିକ୍ଷକଙ୍କଠୁ ଏକ ପ୍ରମାଣପତ୍ର ମଧ୍ୟ ଆଣିବାକୁ ପଡ଼ିବ । କୌଣସି ସର୍ତ୍ତ ଉଲ୍ଲଘଂନ କଲେ ୩୦ଦିନ ନୋଟିସ୍ ଦେଇ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବାହାର କରାଯାଇପାରିବ ।

ସେହିପରି ଯେଉଁ ଜୁନିୟର ଟିଚର୍ସ(ସ୍କିମେଟିକ୍) କ୍ରମାଗତ ଭାବେ ୩ବର୍ଷ କାର୍ଯ୍ୟ କରିଥିବେ ତାଙ୍କୁ ଜୁନିୟର ଟିଚର୍ସ ଭାବେ ବିବେଚନା କରାଯିବ । ଏହାପରେ ୬ବର୍ଷ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବା ପରେ ସେ ରେଗୁଲାର ଟିଚର୍ସ(ନିୟମିତ ଶିକ୍ଷକ) ହେବେ । ଏହି ଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ଦ୍ୱାରା ଶାନ୍ତ୍ୱନାମୂଳକ ପାରିଶ୍ରମିକ ଦିଆଯିବ, ଯାହା ସରକାର ନିର୍ଦ୍ଧାରଣ କରିବେ ବୋଲି ସୂଚନା ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତି ଯୋଗୁ ଏବେବି ହଜାର ହଜାର ଶିକ୍ଷକ ନିୟମିତ ହୋଇନପାରି ରାଜରାସ୍ତାରେ ଆନ୍ଦୋଳନ କରୁଥିବାବେଳେ ପୁଣି କିଭଳି କ୍ୟାବିନେଟ୍ ନିଷ୍ପତ୍ତିକୁ ଅଣଦେଖା କରି ଠିକା ନିଯୁକ୍ତି(ନୂଆ ବୋତଲରେ ପୁରୁଣା ମଦ ଢାଂଚା) ଦେବାକୁ ବିଜ୍ଞପ୍ତି ଜାରି କଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story