Advertisment

ରାଜ୍ୟରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଲା

୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଗତ ବର୍ଷ OSSSC ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିପାଇଁ ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Odisha High Court

Odisha High Court

Advertisment

ରାଜ୍ୟରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି। ଏହି ନିଯୁକ୍ତି ପ୍ରକ୍ରିୟାକୁ ନେଇ ହାଇକୋର୍ଟ ଚଳିତ ବର୍ଷ ମେ’ ୧ ତାରିଖରେ ଦେଇଥିବା ତାଙ୍କ ଅନ୍ତରୀଣ ନିର୍ଦ୍ଦେଶରେ ଆଜି ପରିବର୍ତ୍ତନ କରିଛନ୍ତି ଓ ରାଜ୍ୟ ସରକାର ନର୍ସିଂ ଅଫିସରମାନଙ୍କୁ ନିଯୁକ୍ତି ଦେଇପାରିବେ ବୋଲି କହିଛନ୍ତି। ତେବେ ଆବେଦନକାରୀ ଫାର୍ମାସିଷ୍ଟ ପାଇଁ ପଦବୀ ସଂରକ୍ଷିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଗତ ବର୍ଷ OSSSC ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିପାଇଁ ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତା’ପରେ କିଛି ଫାର୍ମାସିଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଏହି ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ଦାବି କରିଥିଲେ। କୋଭିଡ୍ ସମୟରେ କୋରନା ଯୋଦ୍ଧା ଭାବେ ଦାୟିତ୍ୱ ସଂପନ୍ନ କରିଥିବା ହେତୁ ଏହି ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ସେମାନେ ଦାବି କରିଥିଲେ।

ସେମାନଙ୍କ ଆବେଦନ ଉପରେ ଶୁଣାଣି କରି ଗତ ମେ’ ୧ ତାରିଖରେ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଏହି ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲି ପାରିବ, କିନ୍ତୁ ଫଳାଫଳ ଘୋଷଣା କରାଯାଇପାରିବ ନାହିଁ। ଏଥିଯୋଗୁ ଆଶାୟୀ ନର୍ସିଂ ଅଫିସରମାନେ ପ୍ରଭାବିତ ହୋଇଥିଲେ। ତେଣୁ ସେମାନେ ହାଇକୋର୍ଟରେ ଏକ ଆବେଦନ କରି କୋର୍ଟ ତାଙ୍କ ନିର୍ଦ୍ଦେଶର ପୁନଃବିଚାର କରନ୍ତୁ ବୋଲି ନିବେଦନ କରିଥିଲେ।

Advertisment

ସେମାନେ ଯୁକ୍ତି କରିଥିଲେ ଯେ ୭୪୮୩ ନର୍ସି ଅଫିସରଙ୍କ ପଦବୀ ପୂରଣ ହେଉ ନଥିବା ଯୋଗୁ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୧୩ଟି ମେଡିକାଲ କଲେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି।

ଏହି ଆବେଦନ ପରେ ଶୁଣାଣି କରି ହାଇକୋର୍ଟ ଆଜି ମେ’ ୧ ତାରିଖରେ ଦେଇଥିବା ତାଙ୍କ ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରି ସରକାରଙ୍କୁ ନର୍ସିଂ ଅଫିସର ମାନଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ପଦବୀ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Odisha High Court OSSSC Odisha Govt Vacancies Nursing Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe