Advertisment

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପା ମେରିଟ୍ ଲିଷ୍ଟ କାଏମ

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆଜି ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ଏହି ମାମଲାର ଶୁଣାଣି କରି ଓସେପାର ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ ।

undefined

Odisha High Court

Advertisment

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆଜି ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ଏହି ମାମଲାର ଶୁଣାଣି କରି ଓସେପାର ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ । ମେରିଟ ସହ ପ୍ରିଫରେନ୍ସକୁ ଗୁରୁତ୍ୱ ଦେଇ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଗୁଣାତ୍ମକ ଶିକ୍ଷା ପାଇଁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ତଥା ମେଧାବୀ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଏହି ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ବର୍ଷ ବର୍ଷ ଧରି ଚାକିରି ଅପେକ୍ଷାରେ ଥିବା ବହୁ ଆଶାୟୀ ଖୁବ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। 

ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩ ସେପ୍ଟେମ୍ବର ୧୩ରୁ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଥିଲା। ୨୦୨୩ ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ଥିଲା।

Advertisment

ବିଭିନ୍ନ ପରୀକ୍ଷା ପରେ ମେରିଷ୍ଟ ଲିଷ୍ଟ ଫଳାଫଳ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସାର୍ଟିଫିକେଟ ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିଯୁକ୍ତି ବିଜ୍ଞପ୍ତି ନିୟମ ଅନୁସାରେ ମେରିଟ ଲିଷ୍ଟ ତାଲିକା ପ୍ରକାଶିତ ହୋଇ ନ ଥିବା ଅଭିଯୋଗ ହୋଇଥିଲା।

ଆବେଦନକାରୀଙ୍କ ମୂଳ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ହଜାର ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଥିବା ଧାରା ୮.୩ ଅନୁଯାୟୀ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଜିଲ୍ଲା ଭିତରେ ସୀମିତ ରହିବ । କାରଣ ଏହା ଜିଲ୍ଲାଭିତ୍ତିକ କ୍ୟାଡର । ଏଥିରେ ନିଯୁକ୍ତି ପାଉଥିବା କନିଷ୍ଠ ଶିକ୍ଷକଙ୍କ ଚାକିରି ଆରମ୍ଭ ସହ ଶେଷ ବି ସେହି ଜିଲ୍ଲାରେ ହେବ । ତେଣୁ ଚୟନ ପ୍ରକ୍ରିୟା ବି ଜିଲ୍ଲାୱାରୀ କରିବାର ଆବଶ୍ୟକତା ରହିଛି ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା।

ମାତ୍ର ଓସେପା ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଳଘଂନ କରି ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ ପ୍ରକାଶ କରିଥିଲା। ଯାହା ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତ ଉଲ୍ଳଘଂନ କରିଥିଲା। ଏହାକୁ ନେଇ ଆବେଦନକାରୀମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ପ୍ରକ୍ରିୟାକୁ ତୁରନ୍ତ ବାତିଲ କରିବାକୁ ସେମାନେ ହାଇକୋର୍ଟରେ ଗୁହାରି କରିଥିଲେ।

ଗତ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ଶୁଣାଣିରେ ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କରି ଦେଇଥିଲେ ହାଇକୋର୍ଟ । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ରାୟ ଦେଇଥିଲେ। ଆଜି ଏହି ରାୟକୁ ସଂଶୋଧନ କରି ଓସେପା ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ଡିଭିଜନ ବେଞ୍ଚ ।

ଏହାକୁ ନେଇ ବହୁ ଆଶାୟୀ ଖୁବ୍‌ ଉତ୍ସାହିତ ଅଛନ୍ତି।  ବହୁ ସଂଘର୍ଷ ପରେ ଗୁଣାତ୍ମକ ଶିକ୍ଷାର ବିଜୟ ହୋଇଥିବା କହିଛନ୍ତି। ଏଥିସହ ସେମାନେ ଖୁବ୍‌ ଶୀଘ୍ର ନିଯୁକ୍ତି ପାଇବେ ବୋଲି ଆଶା ରଖିଛନ୍ତି।

Cuttack Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe