Advertisment

ପୁଲିସ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି, ସର୍ବାଧିକ ବୟସସୀମା କୋହଳ ପ୍ରସଙ୍ଗରେ ହାଇକୋର୍ଟ ଦେଲେ ଏମିତି ରାୟ

ରାଜ୍ୟର ସମସ୍ତ ପୁଲିସ ବାଟାଲିୟନରେ ୧୩୨୦ଟି କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଥିରେ ଦର୍ଶଯାଇଥିବା ସର୍ବାଧିକ ବୟସସୀମାକୁ ନେଇ ବିବାଦ ଦେଖାଯାଇଛି।

author-image
Jitendra Garnayak
HighCourt

HighCourt

ରାଜ୍ୟର ସମସ୍ତ ପୁଲିସ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା କୋହଳ ପ୍ରସଙ୍ଗରେ ଆବେଦନାକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ହାଇକୋର୍ଟ।

Advertisment

ହାଇକୋର୍ଟରେ ମାମଲା ଦାୟର କରିଥିବା ସମସ୍ତ ଆବେଦନାକାରୀଙ୍କୁ ଅନଲାଇନ ଏବଂ ଅଫଲାଇନରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ତେବେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶନ ଉପରେ କୋର୍ଟ ଅଙ୍କୁଶ ଜାରି କରିଛନ୍ତି।

ରାଜ୍ୟର ସମସ୍ତ ପୁଲିସ ବାଟାଲିୟନରେ ୧୩୨୦ଟି କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଥିରେ ଦର୍ଶଯାଇଥିବା ସର୍ବାଧିକ ବୟସସୀମାକୁ ନେଇ ବିବାଦ ଦେଖାଯାଇଛି।

Advertisment

ପ୍ରତିବର୍ଷ ଖାଲି ପଡ଼ିଥିବା ପଦବୀ ଆଧାରରେ ନିଯୁକ୍ତି ପ୍ରକ୍ରିୟା କରାଯିବାର ନିୟମ ରହିଥିଲେ ବି ୨୦୧୮ ମସିହା ପରଠାରୁ ଆଉ ନିଯୁକ୍ତି କରାଯାଇନାହିଁ। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିବାରୁ ସର୍ବାଧିକ ବୟସସୀମା କୋହଳ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନେକ ଆଶାୟୀ। କୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରିବା ସହ ଆବେଦନ କରିବାକୁ ଅନୁମତି ଦେଇଛନ୍ତି।

Odisha Highcourt