Advertisment

ଏହିସବୁ ଚାକିରିରେ ମାସକୁ ୫ ଲକ୍ଷ ଉପରେ ଦରମା ମିଳେ

ଭାରତରେ ରହି ବାର୍ଷିକ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିବାକୁ ଚାହୁଁଛନ୍ତି ତେବେ କେଉଁ ଫିଲ୍ଡ ବେଷ୍ଟ ହେବ ନଜର ପକାନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବର୍ତ୍ତମାନର ସମୟରେ ରୋଜଗାର ଓ ବେତନ ଏକ ପ୍ରକାର ପ୍ରତିଯୋଗିତାମୂଳକ ପରିସ୍ଥିତିରେ ପହଞ୍ଚିଛି। ପୂର୍ବରୁ କି ଚାକିରି କରିଛି ବୋଲି ପ୍ରଶ୍ନ କରାଯାଉଥିଲା, ଏବେ କିନ୍ତୁ କେତେ ଦରମାରେ ଚାକିରି କରିଛି ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଯଦି ଆପଣ ବି ଏହି ତାଲିକାରେ ଅଛନ୍ତି ଏବଂ ଭାରତରେ ରହି ବାର୍ଷିକ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିବାକୁ ଚାହୁଁଛନ୍ତି ତେବେ କେଉଁ ଫିଲ୍ଡ ବେଷ୍ଟ ରହିବ ନଜର ପକାନ୍ତୁ...

Advertisment

ନିମ୍ନରେ ଟେକ୍ନୋଲୋଜିଠୁ ଫାଇନାନ୍ସ ଏବଂ ବିଭିନ୍ନ ଶିଳ୍ପ କ୍ଷେତ୍ରରେ କେତେକ ଅପ୍ସନ୍ ରହିଛି...

ସଫ୍ଟୱେର୍ ଆର୍କିଟେକ୍ଟ:-
ଭୂମିକା: ସଫ୍ଟୱେର୍ ସମାଧାନର ଡିଜାଇନ୍, ଟେଷ୍ଟ(ପରୀକ୍ଷା) ଏବଂ ପରିଚାଳନା କରିପାରୁଥିବେ।
ଦରମା: ହାରାହାରି ବେତନ ବାର୍ଷିକ ପ୍ରାୟ ୩୨ ଲକ୍ଷ ଟଙ୍କା।
ଯୋଗ୍ୟତା: କମ୍ପ୍ୟୁଟର ସାଇନ୍ସ କିମ୍ବା ଆନୁଷଙ୍ଗିକ କ୍ଷେତ୍ରରେ ସ୍ନାତକୋତ୍ତର ଡିଗ୍ରୀ, ପ୍ରୋଗ୍ରାମିଂ ଲାଙ୍ଗୁଏଜ ଏବଂ ସଫ୍ଟୱେୟାର ଇଞ୍ଜିନିୟରିଂରେ ପାରଦର୍ଶିତା ଥିବ।

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ନିଂ ଇଞ୍ଜିନିୟର:-
ଭୂମିକା: AI ଏବଂ ମେସିନ୍ ଲର୍ନିଂ ଟେକ୍ନୋଲୋଜି ବ୍ୟବହାର କରି ଇଣ୍ଟେଲିଜେଣ୍ଟ ସିଷ୍ଟମ୍ କ୍ରିଏଟ ଏବଂ ନିୟୋଜନ କରିପାରୁଥିବେ।
ଦରମା: ଆଠ ବର୍ଷରୁ ଅଧିକ ଅଭିଜ୍ଞତା ଥିଲେ ବାର୍ଷିକ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସମ୍ଭାବନା ରହିଛି।
ଯୋଗ୍ୟତା: AI, ମେସିନ୍ ଲର୍ନିଂ କିମ୍ବା ଆନୁଷଙ୍ଗିକ କ୍ଷେତ୍ରରେ ସ୍ନାତକ କିମ୍ବା ମାଷ୍ଟର ଡିଗ୍ରୀ।

ଡାଟା ସାଇଣ୍ଟିସ୍ଟ:-
ଭୂମିକା: ଡାଟାସେଟ ଆନାଲାଇଜ୍, ପ୍ୟାଟର୍ନ୍ସ ଚିହ୍ନଟ ଏବଂ ଆଲଗୋରିଦିମ କ୍ରିଏଟ କରିପାରୁଥିବେ।
ଦରମା: ବାର୍ଷିକ ୧୪ ଲକ୍ଷରୁ ୨୫ ଲକ୍ଷ ଟଙ୍କା।
ଯୋଗ୍ୟତା: ଡାଟା ସାଇନ୍ସରେ ଡିଗ୍ରୀ ସହ ବିଶେଷ ପାଠ୍ୟକ୍ରମ ମାଧ୍ୟମରେ ଦକ୍ଷତା ବୃଦ୍ଧି ଆବଶ୍ୟକ।

ଡିଜିଟାଲ୍ ମାର୍କେଟର୍:-
ଭୂମିକା: ତଥ୍ୟ ବିଶ୍ଳେଷଣ ସହିତ କ୍ରିଏଟିଭିଟି ବା ନୂଆ ଆବିଷ୍କାର ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ମାର୍କେଟିଂ କରିପାରୁଥିବେ।
ଦରମା: ଅଭିଜ୍ଞତାକୁ ଆଧାର କରି ବାର୍ଷିକ ୪ ଲକ୍ଷରୁ ୧୮ ଲକ୍ଷ ଟଙ୍କା।
ଯୋଗ୍ୟତା: ଡିଜିଟାଲ ମାର୍କେଟିଂ ପାଠ୍ୟକ୍ରମ, ମାଷ୍ଟର ଡିଗ୍ରୀ ସହ ଅଭିଜ୍ଞତାର ଅତିରିକ୍ତ ପ୍ରମାଣପତ୍ର।

ପାଇଲଟ୍:-
ଦରମା: ବାଣିଜ୍ୟିକ କିମ୍ବା ସାମରିକ ବିମାନ କ୍ୟାପ୍ଟେନ ପାଇଁ ବାର୍ଷିକ ପ୍ରାୟ ୯ ଲକ୍ଷ ଟଙ୍କା, ଯାହା ପରବରତ୍ତୀ ସମୟରେ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।
ଯୋଗ୍ୟତା ଆବଶ୍ୟକ: +୨ ସାଇନ୍ସ, ଯେଉଁଥିରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ବାଧ୍ୟତାମୂଳକ ବିଷୟ ରହିଥିବ।

ଗ୍ରୀନ ସ୍ପେଶାଲିଷ୍ଟ:-
ଭୂମିକା: ଅକ୍ଷୟ ଶକ୍ତି, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍ଥାୟୀ ବସ୍ତ୍ର ପରି କ୍ଷେତ୍ରଗୁଡିକରେ ପରିବେଶ ସଂରକ୍ଷଣ ଏବଂ ସଂରକ୍ଷଣରେ ସହଯୋଗ।
ଦରମା: ବାର୍ଷିକ ୪ ଲକ୍ଷରୁ ୪୦ ଲକ୍ଷ ଟଙ୍କା।
ଯୋଗ୍ୟତା: ଗ୍ରୀନ ଟେକ୍ନୋଲୋଜିରେ ସ୍ୱତନ୍ତ୍ରତା ସହ STEM(ସାଇନ୍ସ, ଟେକ୍ନଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥମ୍ୟାଟିକ୍ସ)ରେ ଦୃଢ ଦକ୍ଷତା ରହିଥିବ। 

Job Opportunity Job High Salary Job