Advertisment

ବାୟୁସେନାରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଆବେଦନର ଶେଷ ତାରିଖ ଜୁନ ୫ ରହିଛି।

Air Force

Air Force

Advertisment

ଭାରତୀୟ ବାୟୁସେନାରେ(IAF) ଚାକିରି ସୁଯୋଗ। ଏନେଇ IAF ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଏୟାରମ୍ୟାନ୍ ଗ୍ରୁପ୍ Y ଅଧୀନରେ ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଆବେଦନର ଶେଷ ତାରିଖ ଜୁନ ୫ ରହିଛି।

Advertisment

ଶିକ୍ଷାଗତ ଯୋଗ୍ୟତା:
ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଇଂରାଜୀ ବିଷୟ ସହିତ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ଦ୍ୱାଦଶରେ ପାସ୍ ହୋଇଥିବା ଆବଶ୍ୟକ।
ଅତିକମରେ ୫୦ ପ୍ରତିଶତ ମାର୍କ ସହ ଫାର୍ମାସୀରେ ଡିପ୍ଲୋମା କିମ୍ବା ବି.ଏସ୍। ଇଂରାଜୀରେ ମଧ୍ୟ ୫୦% ମାର୍କ ରହିଥିବା ଉଚିତ।

ଶାରୀରିକ ମାପଦଣ୍ଡ:
ଉଚ୍ଚତା – ୧୫୨ ସେମି।
ଓଜନ – ବୟସ ଏବଂ ଉଚ୍ଚତା ଅନୁପାତକୁ ଦୃଷ୍ଟିରେ ରଖି ଗଣନା କରାଯିବ।
ଶ୍ରବଣ କ୍ଷମତା – ସାଧାରଣ ହେବା ଉଚିତ। ପ୍ରତ୍ୟେକ କାନ ପୃଥକ ଭାବରେ ଛଅ ମିଟର ଦୂରରୁ ଆସୁଥିବା ଶବ୍ଦ ଶୁଣିପାରୁଥିବ
ଦାନ୍ତ – ମାଢି ସୁସ୍ଥ ଏବଂ ଦାନ୍ତ ଭଲ ହେବା ଉଚିତ। ଅତିକମରେ ୧୪ଟି ଡେଣ୍ଟାଲ୍ ପଏଣ୍ଟ ଥିବା ଜରୁରୀ।

Advertisment

ଶାରୀରିକ ସୁସ୍ଥତା ପରୀକ୍ଷା (PFT):
ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କୁ ୭ ମିନିଟରେ ୧.୬ କିଲୋମିଟର ଦୌଡିବାକୁ ପଡିବ।
ଡିପ୍ଲୋମା କିମ୍ବା ବି.ଏସ୍.ସି ପାସ୍ କରିଥିବା ପ୍ରାର୍ଥୀଙ୍କୁ ୭ ମିନିଟ୍ ୩୦ ସେକେଣ୍ଡ୍ ୧.୬ କିଲୋମିଟର ଦୌଡିବାକୁ ପଡିବ। 

ଲିଖିତ ପରୀକ୍ଷା:
ଲିଖିତ ପରୀକ୍ଷା ୪୫ ମିନିଟ୍ ହେବ। ଏଥିରେ ଅବଜେକ୍‌ଟିଭ୍ ପ୍ରକାର ପ୍ରଶ୍ନ ରହିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ। ଇଂରାଜୀରୁ ୨୦ଟି ପ୍ରଶ୍ନ, ରିଜୋନିଙ୍ଗ ଏବଂ ଜେନେରାଲ ଆୱାର୍‌ନେସ୍‌ରୁ ୩ଟି ପ୍ରଶ୍ନ ଆସିବ। ୦.୨୫ ମାର୍କର ଏକ ମାଇନସ୍ ମାର୍କିଂ ରହିବ।

ଆବେଦନ ଶୁଳ୍କ:
ପ୍ରତ୍ୟେକ ପ୍ରାର୍ଥୀ – ୧୦୦ ଟଙ୍କା

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ଶାରିରୀକ ପରୀକ୍ଷା
ଦକ୍ଷତା ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ
ଡାକ୍ତରୀ ପରୀକ୍ଷା

Indian Air Force IAF Recruitment IAF Job
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe