Advertisment

ଗ୍ରାମୀଣ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୦ ହଜାର ପଦବୀ

ଗ୍ରାମୀଣ ବ୍ୟାଙ୍କରେ PO ଓ କ୍ଲର୍କ ପଦଦୀ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି।

Representative Image

Representative Image

Advertisment

ବ୍ୟାଙ୍କରେ ସରକାରୀ ଚାକିରି ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଗ୍ରାମୀଣ ବ୍ୟାଙ୍କରେ PO ଓ କ୍ଲର୍କ ପଦଦୀ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୧୦ ହଜାର ପଦବୀ ପୂରଣ ହେବ।

Advertisment

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍‌ସନ୍‌ (IBPS) ଅଧିନରେ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। BA ପାସ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

ଏଥିପାଇଁ ଜୁନ୍ ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ଜୁନ୍ ୨୭। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ ibps.in ମାଧ୍ୟମରେ ଆବେଦନ କରିପାରିବେ। 

Advertisment

ଶିକ୍ଷାଗତ ଯୋଗ୍ୟତା:-

  • ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀରେ ୫୦ % ମାର୍କ ରହିଥିବା ଆବଶ୍ୟକ।
  • କମ୍ପ୍ୟୁଟର ଦକ୍ଷତା

ବୟସ ସୀମା:-

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ଆବେଦନ ଶୁଳ୍କ:-

  • SC/ST/PwD – ୧୭୫ ଟଙ୍କା
  • ସାଧାରଣ ବର୍ଗ – ୮୫୦ ଟଙ୍କା

ଚୟନ ପ୍ରକ୍ରିୟା:-

  • ପ୍ରିଲିମନାରୀ
  • ମେନ୍ସ
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ:-

  • ଅଫିସିଆଲ୍ ୱେବସାଇଟ୍ ibps.in ଭିଜିଟ୍ କରନ୍ତୁ
  • ହୋମ୍‌ପେଜ୍‌ରେ CRP RRB XIII ଆବେଦନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଫର୍ମ ପୂରଣ କରନ୍ତୁ, ଆବେଦନ ଶୁଳ୍କ ଦିଅନ୍ତୁ ଏବଂ Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ
IBPS Bank Job RRB Clerk Recruitment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe