Advertisment

ଭାରତୀୟ କୃଷି ଅନୁସନ୍ଧାନରେ ନିଯୁକ୍ତି ସୁଯୋଗ, ଦରମା ୫୪ ହଜାର ଟଙ୍କା

ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ICAR) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

Representative Image

Representative Image

Advertisment

ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ICAR) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ରିସର୍ଚ୍ଚ ଆସୋସିଏଟ୍ (RA), ସିନିୟର ରିସର୍ଚ୍ଚ ଫେଲୋ (SRF) ଏବଂ ୟଙ୍ଗ୍‌ ପ୍ରଫେସନାଲ୍ II (YP) ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିପରି ଆବେଦନ କରିବେ ଏବଂ ଆବେଦନ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ...

Advertisment

ବିଜ୍ଞପ୍ତି ଅନୁସାରେ, ମୋଟ ୧୫ଟି ପଦବୀରେ ନିଯୁକ୍ତି ହେବ। ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀମାନେ ICAR IARI ଅଫିସିଆଲ୍ ୱେବ୍‌ସାଇଟ୍‌ iari.res.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୨ ମେ। 

ଖାଲି ପଦବୀ:- ୧୫ଟି ପୋଷ୍ଟ

  • ରିସର୍ଚ୍ଚ ଆସୋସିଏଟ୍ (RA) – ୪
  • ସିନିୟର ରିସର୍ଚ୍ଚ ଫେଲୋ (SRF) – ୬
  • ୟଙ୍ଗ୍‌ ପ୍ରଫେସନାଲ୍ II (YP) – ୪
  • ୟଙ୍ଗ୍‌ ପ୍ରଫେସନାଲ୍ II (IT) – ୧
Advertisment

ଶିକ୍ଷାଗତ ଯୋଗ୍ୟତା:-

  • ରିସର୍ଚ୍ଚ ଆସୋସିଏଟ୍ (RA) – Phd ଡିଗ୍ରୀ
  • ସିନିୟର ରିସର୍ଚ୍ଚ ଫେଲୋ (SRF) – ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ
  • ୟଙ୍ଗ୍‌ ପ୍ରଫେସନାଲ୍ II – ପୋଷ୍ଟ୍ ଗ୍ରାଜୁଏଟ୍

ବୟସ ସୀମା:-

  • ରିସର୍ଚ୍ଚ ଆସୋସିଏଟ୍ (RA) – ୪୦ରୁ ୪୫ ବର୍ଷ
  • ସିନିୟର ରିସର୍ଚ୍ଚ ଫେଲୋ (SRF) – ୩୫ରୁ ୪୦ ବର୍ଷ
  • ୟଙ୍ଗ୍‌ ପ୍ରଫେସନାଲ୍ II – ୨୧ରୁ ୪୫ ବର୍ଷ

ଦରମା:-

  • ରିସର୍ଚ୍ଚ ଆସୋସିଏଟ୍ (RA) – ୫୪,୦୦୦ ଟଙ୍କା
  • ସିନିୟର ରିସର୍ଚ୍ଚ ଫେଲୋ (SRF) – ୩୫,୦୦୦ ଟଙ୍କା
  • ୟଙ୍ଗ୍‌ ପ୍ରଫେସନାଲ୍ II – ୪୨,୦୦୦ ଟଙ୍କା
Job Alert Job Recruitment Govt Job ICAR Recruitment 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe