Advertisment

IDBI ବ୍ୟାଙ୍କରେ ଚାକିରି ସୁଯୋଗ, 500 ପଦବୀରେ ହେବ ନିଯୁକ୍ତି

ଆସିଷ୍ଟାଣ୍ଟ ମ୍ୟାଜେଜର ପୋଷ୍ଟ ପାଇଁ IDBI ବ୍ୟାଙ୍କ ନିଯୁକ୍ତି ଘୋଷଣା କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
IDBI Bank

IDBI Bank

ସହକାରୀ ପ୍ରବନ୍ଧକ ବା ଆସିଷ୍ଟାଣ୍ଟ ମ୍ୟାଜେଜର ପୋଷ୍ଟ ପାଇଁ IDBI ବ୍ୟାଙ୍କ ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ଫେବୃଆରୀ 12ରୁ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ଫେବୃଆରୀ 26 ପର୍ଯ୍ୟନ୍ତ ଜାରି ରହିବ।

Advertisment

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.idbibank.in ମାଧ୍ୟମରେ ଆବେଦନ ଦାଖଲ କରିପାରିବେ। ପରୀକ୍ଷା ମାର୍ଚ୍ଚ 17 ସୁଦ୍ଧା ହେବ।

IDBI ନିଯୁକ୍ତି ବିବରଣୀ 

  • ମୋଟ ପଦବୀ: 500 
  • UR (ଅସଂରକ୍ଷିତ): 203ଟି
  • SC: 75ଟି 
  • ST: 37ଟି 
  • EWS: 50ଟି 
  • OBC: 135ଟି 

ଶିକ୍ଷାଗତ ଯୋଗ୍ୟତା 
ଆବେଦନ ପାଇଁ ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ।

Advertisment

ବୟସ ସୀମା
ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 20 ବର୍ଷ ଏବଂ ଜାନୁଆରୀ 31, 2024 ସୁଦ୍ଧା ସର୍ବାଧିକ ବୟସ 25 ବର୍ଷ ହୋଇଥିବା ଉଚିତ୍।

ଚୟନ ପ୍ରକ୍ରିୟା
ନିଯୁକ୍ତି ପାଇଁ ପ୍ରଥମେ ଏକ ଅନଲାଇନ ପରୀକ୍ଷା କରାଯିବ। ଅନଲାଇନ୍ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀ ପର୍ସନାଲ ଇଣ୍ଟରଭ୍ୟୁ ଦେବେ। ଅନଲାଇନ୍ ପରୀକ୍ଷା ଅବଜେକ୍ଟିଭ୍ ଟାଇପର ରହିବ।

ଆବେଦନ ଶୁଳ୍କ
SC / ST / PWD ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ 200 ଟଙ୍କା। ଅନ୍ୟ ବର୍ଗର ପ୍ରାର୍ଥୀଙ୍କୁ 1000 ଟଙ୍କା ଦେବାକୁ ପଡିବ।

କିପରି ଆବେଦନ କରିବେ 

  • www.idbibank.in ରେ ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ।
  • ମୂଳପେଜରେ ଥିବା କ୍ୟାରିୟର ଲିଙ୍କରେ କ୍ଲିକ୍ କରନ୍ତୁ।
  • JAM 2024 ନିଯୁକ୍ତି ଟ୍ୟାବ ଅନ୍ତର୍ଗତ ଲିଙ୍କରେ କ୍ଲିକ୍ କରନ୍ତୁ।
  • ବୈଧ ପରିଚୟପତ୍ର ଦେଇ ଆବେଦନ କରନ୍ତୁ।
  • ଆବେଦନ ଫର୍ମ ପୁରଣ ପରେ ଫିସ୍ ଦିଅନ୍ତୁ। 
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ।
  • ଆବେଦନ ଦାଖଲ କରନ୍ତୁ। 
  • ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ ନିଜ ପାଖରେ ରଖନ୍ତୁ। 

ଅଧିକ ବିବରଣୀ ପାଇଁ, ଅଫିସିଆଲ ନୋଟିଫିକେସନ ଯାଞ୍ଚ କରନ୍ତୁ। 

Job Opportunity Job Apply Job Alert IDBI Recruitment