Advertisment

ଭାରତୀୟ ଡାକରେ ନିଯୁକ୍ତି ସୁଯୋଗ, ଦଶମ ପାସ୍ କରିଥିଲେ ଚାକିରି

ଅଫ୍‌ଲାଇନ୍ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିପରି ଆବେଦନ କରିବେ, ଜାଣନ୍ତୁ...

Representative Image

Representative Image

Advertisment

ଭାରତୀୟ ଡାକ ବିଭାଗ (India Post Office )ରେ ବିଭିନ୍ନ ପଦବୀ ପାଇଁ ଚାଲିଛି ଆବେଦନ। ଦଶମ ପାସ୍ କରିଥିଲେ ସରକାରୀ ଚାକିରି କରିବାର ସୁଯୋଗ ରହିଛି। ଏହି ନିଯୁକ୍ତି ମାଧ୍ୟମରେ ଡାକ ବିଭାଗରେ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପୂରଣ ହେବ। 

Advertisment

ଏଥିପାଇଁ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୭ଟି ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍‌ www.indiapost.gov.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୪ ମେ ୨୦୨୪

ଖାଲି ପଦବୀ: ୨୭ଟି ପୋଷ୍ଟ

  • UR ପ୍ରାର୍ଥୀ – ୧୪
  • EWS ପ୍ରାର୍ଥୀ – ୧
  • OBC ପ୍ରାର୍ଥୀ – ୬
  • SC ପ୍ରାର୍ଥୀ – ୪
  • ST ପ୍ରାର୍ଥୀ – ୨
  • ମୋଟ୍ ପ୍ରାର୍ଥୀ – ୨୭
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍
  • ଡ୍ରାଇଭିଂ ଅଭିଜ୍ଞତା

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୧୯,୯୦୦ଟଙ୍କା
  • ସର୍ବାଧିକ ମାସିକ ଦରମା – ୬୩,୨୦୦ଟଙ୍କା

ଆବେଦନ ଶୁଳ୍କ:

  • ସମସ୍ତ ପ୍ରାର୍ଥୀଙ୍କ ପାଇଁ ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ବିଜ୍ଞାପନରେ ଥିବା ଆବେଦନ ଫର୍ମର ପ୍ରିଣ୍ଟ୍ ବାହାର କରନ୍ତୁ
  • ଏହାକୁ ଠିକ୍ ଭାବେ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଆଟାଚ୍ କରିବା ପରେ The Manager, Mail Motor Service, Bengaluru, Pin - 560001 ଠିକଣାରେ ପଠାନ୍ତୁ। 
Govt Job India Post Recruitment Job Alert Job Opportunity
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe