Advertisment

ଏହି ପଦବୀ ପାଇଁ ବିଜ୍ଞପ୍ତି ଜାରିକଲା ଇଣ୍ଡିଆ ପୋଷ୍ଟ, ଜାଣନ୍ତୁ ସବିଶେଷ ତଥ୍ୟ

ଫେବୃଆରୀ 16ରେ ଆବେଦନ ପ୍ରକ୍ରିୟା ଶେଷ ହେବ।

Representative Image

Representative Image

Advertisment

ଉତ୍ତର ପ୍ରଦେଶ ସର୍କଲରେ ଡ୍ରାଇଭର (Ordinary Grade) ପୋଷ୍ଟିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗାଯୋଗ ମନ୍ତ୍ରଣାଳୟର ପୋଷ୍ଟ ଡିପାର୍ଟମେଣ୍ଟ ବିଜ୍ଞପ୍ତି ଜାରି କରିଛି। ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏଥିପାଇଁ ଅଫିସିଆଲ୍ ୱେବସାଇଟ୍ www.indiapost.gov.in ଭିଜିଟ୍ କରନ୍ତୁ।

Advertisment

ଆବେଦନ ଫର୍ମର ହାର୍ଡ କପି ଦାଖଲ କରିବାର ଶେଷ ତାରିଖ, ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପରଠୁ 42 ଦିନ। ଅର୍ଥାତ୍ ଫେବୃଆରୀ 16ରେ ଆବେଦନ ପ୍ରକ୍ରିୟା ଶେଷ ହେବ। ମୋଟ କେତେ ପଦବୀରେ ନିଯୁକ୍ତି ହେବ ଏବଂ ଆବେଦନ ପାଇଁ କେଉଁ ସବୁ ନିୟମ ରହିଛି, ଜାଣନ୍ତୁ... 

ମୋଟ ପୋଷ୍ଟ: 78

ଅଣସଂରକ୍ଷତି: 61 
ଏସସି: 5
ଓବିସି: 9 
EWS (ଆର୍ଥିକ ଅନଗ୍ରସର): 3 

ଇଣ୍ଡିଆ ପୋଷ୍ଟ ନିଯୁକ୍ତି 2024 ବୟସ ସୀମା
ଫେବୃଆରୀ 16, 2024 ସୁଦ୍ଧା ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ 27 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

Advertisment

ଇଣ୍ଡିଆ ପୋଷ୍ଟ ନିଯୁକ୍ତି 2024 ଶିକ୍ଷାଗତ ଯୋଗ୍ୟତା
ଆବେଦନକାରୀ ଉଭୟ ହାଲୁକା ଏବଂ ଭାରୀ ମୋଟର ଯାନ ଚଳାଇବାରେ ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ଆବଶ୍ୟକ। ଏହା ସହିତ ଉଭୟ ହାଲୁକା ଏବଂ ଭାରୀ ମୋଟର ଯାନ ଚଳାଇବାରେ ସର୍ବନିମ୍ନ ତିନି ବର୍ଷର ଅଭିଜ୍ଞତା ଥିବ। ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ପ୍ରତିଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବେ। 

ଇଣ୍ଡିଆ ପୋଷ୍ଟ ନିଯୁକ୍ତି 2024 ଚୟନ ପ୍ରକ୍ରିୟା 
ଯେଉଁ ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡକାଯିବ। ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତିର୍ଣ୍ଣ ହେବେ, ସେମାନେ ଫାଇନାଲ ମେରିଟ୍ ଲିଷ୍ଟରେ ରହିବେ।

ଇଣ୍ଡିଆ ପୋଷ୍ଟ ନିଯୁକ୍ତି 2024 କିପରି ଆବେଦନ କରିବେ 
ଏହି ପଦବୀ ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ନିମ୍ନ ଠିକଣାରେ ପୋଷ୍ଟାଲ ମାଧ୍ୟମରେ ପଠାଇ ପାରିବେ...

ମ୍ୟାନେଜର (GRA)
ମେଲ୍ ମୋଟର ସର୍ଭିସ୍ କାନପୁର,
ଜିପିଓ କମ୍ପାଉଣ୍ଡ, କାନପୁର- 208001 
ଉତ୍ତରପ୍ରଦେଶ

ଅଧିକ ସୂଚନା ପାଇଁ ଅଫିସିଆଲ୍ ସାଇଟ୍  www.indiapost.gov.in ଭିଜିଟ୍ କରନ୍ତୁ। 

Driver Post Job India Post Recruitment 2024 Job Opportunity Recruitment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe