Advertisment

ବ୍ୟାଙ୍କ୍ ଚାକିରି ପାଇଁ ଅପେକ୍ଷା କରିଛନ୍ତି କି? ଏହି ବ୍ୟାଙ୍କରେ ଚାଲିଛି ଆବେଦନ

ଏହି ନିଯୁକ୍ତି ମାଧ୍ୟମରେ ଲୋକାଲ୍ ବ୍ୟାଙ୍କ ଅଫିସର ପଦବୀ ପୂରଣ ହେବ।

author-image
Debibandita Barick
Job

Job

ବ୍ୟାଙ୍କ୍ ଚାକିରି ପାଇଁ ଅପେକ୍ଷା କରିଥିଲେ, ଆସିଛି ସୁବର୍ଣ୍ଣ ସୁଯୋଗ। ନିଯୁକ୍ତି ନେଇ Indian Bank ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଲୋକାଲ୍ ବ୍ୟାଙ୍କ ଅଫିସର ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। 

Advertisment

ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ Indian Bankର ଅଫିସିଆଲ୍ ୱେବ୍‌ସାଇଟ୍‌ https://Indianbank.in ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ୧୩ ଅଗଷ୍ଟରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସୁଯୋଗ ରହିଛି।

ଖାଲି ପଦବୀ:
ତାମିଲନାଡୁ/ପୁଡୁଚେରୀ: ୧୬୦ ପୋଷ୍ଟ
କର୍ଣ୍ଣାଟକ: ୩୫ ପୋଷ୍ଟ
ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗାନା: ୫୦
ମହାରାଷ୍ଟ୍ର: ୪୦ ପୋଷ୍ଟ
ଗୁଜରାଟ: ୧୫ ପୋଷ୍ଟ 

Advertisment

ଶିକ୍ଷାଗତ ଯୋଗ୍ୟତା:
ଆବେଦନ କରିବାକୁ ପ୍ରାର୍ଥୀମାନେ ଗ୍ରାଜୁଏସନ କରିଥିବା ଆବଶ୍ୟକ।

ବୟସ ସୀମା:
ସର୍ବନିମ୍ନ ବୟସ – ୨୦ ବର୍ଷ
ସର୍ବାଧିକ ବୟସ – ୩୦ ବର୍ଷ
ବୟସ ଗଣନା ୧ ଜୁଲାଇ ୨୦୨୪ ଅନୁସାରେ ହେବ

ଆବେଦନ ଶୁଳ୍କ:
ସାଧାରଣ ବର୍ଗ/EWS – ୧,୦୦୦ ଟଙ୍କା
SC/ ST/ OBC/ PWBD – ୧୭୫ ଟଙ୍କା

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ। 

Job Indian Bank Recruitment Indian Bank Job Alert Job Opportunity