Advertisment

ଇଣ୍ଡିଆନ ନେଭିରେ ଚାକିରି ସୁଯୋଗ, ଜୁଲାଇ 6ରୁ ଆରମ୍ଭ ହେବ ଆବେଦନ

ଭାରତୀୟ ନୌସେନା ନିଯୁକ୍ତି ନେଇ ପ୍ରକାଶ କରିଥିବା ବିଜ୍ଞପ୍ତି ଉପରେ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ।

Sea & Ship

Sea & Ship

Advertisment

ଭାରତୀୟ ନୌସେନାରେ ନିଯୁକ୍ତି ପାଇବାର ସୁବର୍ଣ୍ଣ ସୁଯୋଗ। ନୌସେନା +2 (ବି.ଟେକ୍) କ୍ୟାଡେଟ୍ ଏଣ୍ଟ୍ରି ସ୍କିମ୍ (ସ୍ଥାୟୀ ଆୟୋଗ) - ଜାନୁୟାରୀ 2025 ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଏକାଧିକ ପଦବୀ ପୂରଣ ହେବ।

Advertisment

ଅବିବାହିତ ପୁରୁଷ ଓ ମହିଳା ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜୁଲାଇ 6, 2024ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଜୁଲାଇ 20, 2024ରେ ଆବେଦଶ ଶେଷ ହେବ। ଏଥିପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ www.joinindiannavy.gov.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।

ଭାରତୀୟ ନୌସେନା ନିଯୁକ୍ତି ବିବରଣୀ 
କାର୍ଯ୍ୟନିର୍ବାହୀ(Executive) ଓ ଟେକ୍ନିକାଲ୍ ବ୍ରାଞ୍ଚ: 40 ଟି ପୋଷ୍ଟ 

Advertisment

ବୟସ ସୀମା
ପ୍ରାର୍ଥୀମାନେ ଜୁଲାଇ 2, 2005ରୁ ଜାନୁୟାରୀ 1, 2008 ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା 
ପ୍ରାର୍ଥୀମାନେ ସିନିୟର୍ ସେକଣ୍ଡାରୀ ଏଗଜାମିନେସନ୍(10+2 ଢାଞ୍ଚା) କିମ୍ବା ଏହାର ସାମନ ଭାବେ କୌଣସି ସିକୃତିପ୍ରାପ୍ତ ବୋର୍ଡରୁ ଫିଜିକ୍ସ, କେମିଷ୍ଟ୍ରି ଓ ମ୍ୟାଥମେଟିକ୍ସ(PCM)ରେ ଅତି କମରେ 70% ଏଗ୍ରିଗେଟ୍ ମାର୍କ ରଖିବା ସହ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀରେ ଇଂରାଜୀରେ 50 ପ୍ରତିଶତ ମାର୍କ ରଖିଥିବା ଜରୁରୀ। 

ଏହା ସହିତ, ପ୍ରାର୍ଥୀମାନେ ନିଶ୍ଚିତ ଭାବରେ JEE (Main)- 2024 ପରୀକ୍ଷା (B.E / B.Tech) ଦେଇଥିବା ଆବଶ୍ୟକ। ଅଧିକ ବିବରଣୀ ପାଇଁ ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ। 

Indian Navy Job Recruitment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe