Advertisment

IOCL ରେ ବାହାରିଛି ଚାକିରି, ଆଜି ହିଁ କରନ୍ତୁ ଆବେଦନ

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ୍‌ (IOCL) ରେ ବାହାରିଛି ଚାକିରି ସୁଯୋଗ। (IOCL)ରେ ଖାଲି ପଡ଼ିଛି ଆପ୍ରେଣ୍ଟିସ୍‌ ପଦ।

IOCL Bhawan

IOCL Bhawan

Advertisment

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ୍‌ (IOCL) ରେ ବାହାରିଛି ଚାକିରି ସୁଯୋଗ। (IOCL)ରେ ଖାଲି ପଡ଼ିଛି ଆପ୍ରେଣ୍ଟିସ୍‌ ପଦ। ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଫେବ୍ରୁଆରୀ ୧ ହେଉଛି ଶେଷ ତାରିଖ । ଇଚ୍ଛୁକ ପ୍ରାର୍ଥୀ IOCLର ଅଫିସିଆଲ ୱେବସାଇଟ୍‌ iocl.com.ରେ ଆବେଦନ କରି ପାରିବେ। ଓଡ଼ିଶାର ଆଶାୟୀଙ୍କ ପାଇଁ ମଧ୍ୟ ଏଥିରେ ପଦବୀ ଖାଲି ରହିଛି।

Advertisment

ମୋଟ ପଦବୀ- ୪୭୩

ଓଡ଼ିଶା ପାଇଁ ୩୮ ପଦ

ମେକାନିକାଲ ପୋଷ୍ଟ-୧୦

ଇଲେକ୍ଟ୍ରିକାଲ ପୋଷ୍ଟ -୧୦

T&I ପୋଷ୍ଟ -୧୦

ମାନବ ସମ୍ବଳ ପୋଷ୍ଟ-୩

Accounts/Finance ପଦ-୨ଟି

Data Entry Operator -୨ଟି

Domestic Data Entry Operator ପଦ-୧ଟି

ଶିକ୍ଷାଗତ ଯୋଗ୍ୟତା

ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ଆଶାୟୀ ଦ୍ୱାଦଶ କିମ୍ବା ଆଇଆଇଟି, ଡିପ୍ଲୋମା ନଚେତ ଗ୍ରାଜୁଏଶନ ଡିଗ୍ରୀ ହାସଲ କରିଥିବା ଜରୁରୀ ।

ବୟସ ସୀମା

ଏହି ପଦ ନିମନ୍ତେ ଆବେଦନକାରୀଙ୍କ ସର୍ବୋଚ୍ଚ ବୟସ ସୀମା ୨୪ ବର୍ଷ ହୋଇଥିବା ଆବଶ୍ୟକ ।

ଆବେଦନ ପ୍ରକିୟା

ଏହି ପଦ ନିମନ୍ତେ ଫର୍ମ ଫିଲଅପ୍‌ କରିଥିବା ଇଚ୍ଛୁକ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ । ଏଥିନିମନ୍ତେ ସେମାନଙ୍କୁ ଶହେ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଏଥିରେ କିଛି ନେଗେଟିଭ ମାର୍କିଂ ନ ଥିବା ଜଣାଯାଇଛି।

Advertisment

କିପରି କରିବେ ଆବେଦନ

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ IOCL ଅଫିସିଆଲ ଓୱେବସାଇଟ୍‌ , iocl.com ଭିଜିଟ୍‌ କରିବେ । ଏହାପରେ ହୋମପେଜକୁ ଯାଇ Careers sectionରେ କ୍ଲିକ୍‌ କରିବେ। ସେଥିରେ ଥିବା apprentice link ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ରେଜିଷ୍ଟ୍ରେଶନ ଲିଙ୍କ୍‌ ଉପରେ କ୍ଲିକ୍‌ କରି  ଆବଶ୍ୟକୀୟ ବିବରଣୀ ଏଣ୍ଟ୍ରି କରନ୍ତୁ। ଏହାପରେ ଫର୍ମକୁ ସବମିଟ୍‌ କରି ତାହାର ଏକ ହାର୍ଡ କପି ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe