Advertisment

ISROରେ ବୈଜ୍ଞାନିକ ସମେତ ବିଭିନ୍ନ ପଦବୀରେ ହେବ ନିଯୁକ୍ତି, ଜାଣନ୍ତୁ କିପରି କରିବେ ଆବେଦନ

ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ 1।

Representative Image

Representative Image

Advertisment

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO)ରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବୈଜ୍ଞାନିକ/ଇଞ୍ଜିନିୟର, ବୈଷୟିକ ସହାୟକ (Technical Assistants) ସମେତ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ 1।

Advertisment

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ www.isro.gov.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ନିଯୁକ୍ତି ବାବଦରେ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ...

ISRO ନିଯୁକ୍ତି ବିବରଣୀ 

  • ମୋଟ ପଦବୀ: 224 
  • ବୈଜ୍ଞାନିକ/ଇଞ୍ଜିନିୟର: 5
  • ଟେକ୍ନିସିଆନ ଆସିଷ୍ଟାଣ୍ଟ: 55
  • ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ: 6 
  • ଲାଇବ୍ରେରୀ ଆସିଷ୍ଟାଣ୍ଟ: 1
  • ଟେକ୍ନିସିଆନ୍- ବି / ଡ୍ରାଫ୍ଟମ୍ୟାନ୍ ବି: 142
  • ଫାୟାରମ୍ୟାନ୍ ଏ: 3
  • ରୋଷେୟା: 4
  • ହାଲୁକା ଯାନ ଡ୍ରାଇଭର A: 6
  • ଭାରୀ ଯାନ ଡ୍ରାଇଭର A: 2 
Advertisment

ଶିକ୍ଷାଗତ ଯୋଗ୍ୟତା 
ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ/ଦ୍ୱାଦଶ/ସ୍ନାତକ/ସ୍ନାତକତ୍ତୋର ପାସ୍ କରିଥିବା ଆବଶ୍ୟକ।

ବୟସ ସୀମା
ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 18 ବର୍ଷ। ସର୍ବାଧିକ ବୟସ ସୀମା ବିଷୟରେ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଚେକ୍ କରନ୍ତୁ।  SC/ST ପ୍ରାର୍ଥୀଙ୍କ ପାଇଁ 5 ବର୍ଷ ଏବଂ OBC ପ୍ରାର୍ଥୀଙ୍କ ପାଇଁ 3 ବର୍ଷ କୋହଳ ବ୍ୟବସ୍ଥା ରହିଛି।

କିପରି ଆବେଦନ କରିବେ 

  • Www.isro.gov.in ଅଫିସିଆଲ୍ ୱେବସାଇଟ୍ କିମ୍ବା ISRO ୱେବସାଇଟ୍ ଭିଜିଟ୍ କରନ୍ତୁ।
  • ମେନ୍ ପେଜରେ କ୍ୟାରିୟର ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
  • ନିଯୁକ୍ତି ଲିଙ୍କରେ କ୍ଲିକ୍ କରନ୍ତୁ।
  • ଆବେଦନ ଫର୍ମ ପୁରଣ କରନ୍ତୁ।
  • ଆବେଦନ ଫିସ ଦିଅନ୍ତୁ।
  • ଭବିଷ୍ୟତରେ ପ୍ରମାଣ ପାଇଁ ଆବେଦନ ଫର୍ମର ପ୍ରିଣ୍ଟଆଉଟ୍ ଡାଉନଲୋଡ୍ କରି ରଖନ୍ତୁ।

ଅଧିକ ସୂଚନା ପାଇଁ Www.isro.gov.in ଚେକ୍ କରନ୍ତୁ। 

ISRO Job Opportunity Job Alert ISRO Recruitment 2024 Scientists Job
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe