Advertisment

ପୁଲିସ ଚାକିରି ସୁଯୋଗ; ITBPFରେ ଚାଲିଛି ଆବେଦନ

ITBPF ସବ୍ ଇନ୍ସପେକ୍ଟର, ମୁଖ୍ୟ କନଷ୍ଟେବଳ ଏବଂ କନଷ୍ଟେବଳ ନିଯୁକ୍ତି ପାଇଁ ଆରମ୍ଭ ହୋଇଯାଇଛି ଆବେଦନ।

author-image
Debibandita Barick
Police

Police

ଇଣ୍ଡୋ-ତିବ୍ଦତୀୟ ବୋର୍ଡର ପୁଲିସ ଫୋର୍ସ (ITBPF) ସବ୍ ଇନ୍ସପେକ୍ଟର, ମୁଖ୍ୟ କନଷ୍ଟେବଳ ଏବଂ କନଷ୍ଟେବଳ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଗତକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଥିବାବେଳେ ଆବେଦନର ଶେଷ ତାରିଖ ରହିଛି ଡିସେମ୍ବର 14।

Advertisment

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥିମାନେ ଅଫିସିଆଲ୍ ୱେବସାଇଟ୍ recrutement.itbpolice.nic.in ରେ ଆବେଦନ କରିପାରିବେ। ଆବେଦନ ପାଇଁ ଆଉ ସବୁ କେଉଁ ନିୟମ ରହିଛି, ଜାଣନ୍ତୁ...

ମୋଟ ପଦବୀ: 526 ପୋଷ୍ଟ 

  • ସବ୍-ଇନ୍ସପେକ୍ଟର: 92 (78 ପୁରୁଷ ଏବଂ 14 ମହିଳା)
  • ମୁଖ୍ୟ କନଷ୍ଟେବଳ: 383 (325 ପୁରୁଷ ଏବଂ 58 ମହିଳା)
  • କନଷ୍ଟେବଳ: 51 (44 ପୁରୁଷ ଏବଂ 7 ମହିଳା)
Advertisment

ବୟସ ସୀମା
ଡିସେମ୍ବର 14 ସୁଦ୍ଧା 20-25 ବର୍ଷ ବୟସର ପ୍ରାର୍ଥୀମାନେ SI ପଦବୀ ପାଇଁ, ମୁଖ୍ୟ କନଷ୍ଟେବଳ ପାଇଁ 18-25 ବର୍ଷ ଏବଂ କନଷ୍ଟେବଳ ପଦବୀ ପାଇଁ 18-23 ବର୍ଷ ହୋଇଥିଲେ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା 
ଆବେଦନ ପାଇଁ ପ୍ରାର୍ଥୀଙ୍କୁ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ଦଶମ/ଦ୍ୱାଦଶ/ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଦରମା

  • SI ପୋଷ୍ଟ: 35,400 ଟଙ୍କା - 1,12,400 ଟଙ୍କା (ଗ୍ରେଡ୍ 6)
  • ମୁଖ୍ୟ କନଷ୍ଟେବଲ: 25,500 ଟଙ୍କା - 81,100 ଟଙ୍କା (ଗ୍ରେଡ୍ 4)
  • କନଷ୍ଟେବଳଙ୍କ ପାଇଁ: 21,700 ଟଙ୍କା - 69,100 ଟଙ୍କା (ଗ୍ରେଡ୍ 3)

ଆବେଦନ ଶୁଳ୍କ
SI ପାଇଁ 200 ଟଙ୍କା ଏବଂ କନଷ୍ଟେବଳ ଓ ମୁଖ୍ୟ କନଷ୍ଟେବଳ ପଦବୀ ପାଇଁ 100 ଟଙ୍କା। ମହିଳା, ଏକ୍ସ-ସର୍ଭିସମ୍ୟାନ୍, ଏସସି ଏବଂ ଏସଟି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଦେୟମୁକ୍ତ ରହିଛି।

ଅଧିକ ବିବରଣୀ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ। 

Police Job Constable Job Head Constable ITBP Recruitment SI