Advertisment

ତାତିଲେ ପରୀକ୍ଷାର୍ଥୀ, କହିଲେ- 5T ର ଗୋଟିଏ ‘T’ କାମ କରୁଛି, ତାହା ହେଉଛି ଦୁର୍ନୀତିର ଟିମ ୱାର୍କ

JE (ସିଭିଲ୍) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
student protest

student protest

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଦ୍ୱାରା ପରିଚାଳିତ JE (ସିଭିଲ୍) ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ତାତିଛନ୍ତି ପରୀକ୍ଷାର୍ଥୀ। ସେମାନେ ଆଜି ଭୁବନେଶ୍ୱର ସ୍ଥିତ OSSCଙ୍କ କାର୍ଯ୍ୟାଳୟ ଘେରିଥିଲେ। ପ୍ରଶ୍ନପତ୍ର ବିକ୍ରିରେ ସାମିଲ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଓ ନିଜର ଦାବିକୁ OSSC ଚେୟାରମ୍ୟାନଙ୍କ ପାଖରେ ରଖିବାକୁ ତାଙ୍କୁ ଭେଟିବାକୁ ଚାହିଁଥିଲେ।

Advertisment

ପୁଲିସ ସେମାନଙ୍କୁ OSSC କାର୍ଯ୍ୟାଳୟ ଭିତରକୁ ଯିବାକୁ ଦେଇ ନଥିଲା। ଚେୟାରମ୍ୟାନ ମଧ୍ୟ ସେମାନଙ୍କୁ ଭେଟିବାକୁ ଆସିନଥିଲେ। ଶେଷରେ ଗେଟ୍‌ ସମ୍ମୁଖରେ ମୁଣ୍ଡିଆ ମାରିଥିଲେ ଓ ସଷ୍ଟାଙ୍ଗ ପ୍ରଣିପାତ କରିଥିଲେ ପରୀକ୍ଷାର୍ଥୀ। ହେଲେ କିଛି ଲାଭ ହୋଇନଥିଲା। ଶେଷରେ ସେମାନେ ଖାଲି ପାଦରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଭିମୁଖେ ଯାଇଥିଲେ। ସେଠାରେ ବି ସେମାନଙ୍କ ବାଟ ଓଗାଳିଥିଲା ପୁଲିସ। ୫ ଜଣ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ଅନୁମତି ମିଳିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଜଣେ ପରୀକ୍ଷାର୍ଥୀ କହିଛନ୍ତି, ସରକାର ଆମକୁ ଆତଙ୍କବାଦୀ ଭାବୁଛି, ସେଥିପାଇଁ ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଛାଡୁ ନାହିଁ।

Advertisment

ଆଉ ଜଣେ କହିଛନ୍ତି, ଆମେ କମିଶନଙ୍କୁ ଭେଟିବାକୁ ଗଲୁ, ତାଙ୍କୁ ଭେଟିବାକୁ ଦିଆଗଲା ନାହିଁ। ଯଦି ମୁଖ୍ୟମନ୍ତ୍ରୀ ମଧ୍ୟ ଆମ କଥା ନ ଶୁଣନ୍ତି, ତା’ହେଲେ ଆମେ ଏହି ରାଜରାସ୍ତାରେ ଆତ୍ମହତ୍ୟା କରିବୁ। 

ସେ ଆହୁରି କହିଛନ୍ତି, ‘5Tର ଗୋଟିଏ ‘T’ କାମ କରୁଛି। ତାହା ହେଉଛି ଦୁର୍ନୀତିର ଟିମ ୱାର୍କ’। 5T ସଚିବ ରାଜ୍ୟ ସାରା ବୁଲୁଛନ୍ତି। ପ୍ରଶ୍ନପତ୍ର ଲିକ ହେଉଛି, ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଛି, ତାଙ୍କୁ କ’ଣ ଜଣାପଡ଼ୁନାହିଁ।’

JE (ସିଭିଲ୍) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ସରକାରୀ ଚାକିରିରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ କରିଛି ବିଜେପି। ଏହି ମାମଲାରେ ବାହାର ରାଜ୍ୟର ଲୋକ ଗିରଫ ହୋଇଛନ୍ତି। ସେମାନଙ୍କ ପାଖକୁ ପ୍ରଶ୍ନପତ୍ର କେମିତି ଗଲା ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରଶ୍ନ ପଚାରିଛନ୍ତି।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଆଶାୟୀ କେତେ ଥର ପ୍ରସ୍ତୁତି କରିବେ ଓ କେତେ ଥର ପରୀକ୍ଷା ଦେବେ? କିଏ ଜଣେ ତ ଅଛି, ନ ହେଲେ ପ୍ରଶ୍ନପତ୍ର କାହିଁକି ଲିକ୍‌ ହେବ? 5T ଅଛି, ହେଲେ ଟ୍ରାନ୍ସପରେନ୍ସି କାହିଁ?

Bhubaneswar Student Protest Ossc