Advertisment

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ସଫେଇ କର୍ମଚାରୀ ପଦ ପାଇଁ ଆଜିଠୁ ଆରମ୍ଭ ହୋଇଛି ଆବେଦନ

ସଫେଇ କର୍ମଚାରୀ ତଥା ସବ୍-ଷ୍ଟାଫ୍‌ ପଦ ପାଇଁ ପ୍ରାର୍ଥୀମାନେ ସର୍ବନିମ୍ନ ଅଷ୍ଟମ ଶ୍ରେଣୀ ପାସ୍ କରିଥିବେ।

Central Bank of India

Central Bank of India

Advertisment

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ୪୮୪ଟି ସଫେଇ କର୍ମଚାରୀ ତଥା ସବ୍‌ ଷ୍ଟାଫ୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନ୍‌ଲାଇନ୍ ଆବେଦନ। ୨୦୨୪ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍‌ଲାଇନ୍‌ ଆବେଦନ ପାଇଁ ସେମାନଙ୍କୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ୱେବସାଇଟ centralbankofindia.co.in. କୁ ଯିବାକୁ ପଡ଼ିବ।

Advertisment
  • ମୋଟ ୪୮୪ଟି ପଦ ପାଇଁ ଏହି ନିଯୁକ୍ତି ହେଉଥିବା ବେଳେ ସେଥିରୁ ମାତ୍ର ୨ଟି ଓଡ଼ିଶା ପାଇଁ ରହିଛି। ଗୁଜରାଟ ପାଇଁ ୭୬ଟି ପଦ ରହିଥିବା ବେଳେ ମଧ୍ୟ ପ୍ରଦେଶରେ ୨୪, ଛତିଶଗଡ଼ରେ ୧୪, ଦିଲ୍ଲୀରେ ୨୧, ରାଜସ୍ଥାନରେ ୫୫, ଉତ୍ତର ପ୍ରଦେଶରେ ୭୮, ମହାରାଷ୍ଟ୍ରରେ ୧୧୮, ବିହାରରେ ୭୬ ଓ ଝାରଖଣ୍ଡରେ ୨୦ଟି ପଦ ପାଇଁ ଏହି ନିଯୁକ୍ତି କରାଯିବ।
  • ସଫେଇ କର୍ମଚାରୀ ତଥା ସବ୍-ଷ୍ଟାଫ୍‌ ପଦ ପାଇଁ ପ୍ରାର୍ଥୀମାନେ ସର୍ବନିମ୍ନ ଅଷ୍ଟମ ଶ୍ରେଣୀ ପାସ୍ କରିଥିବେ। ଅଧିକ ପଢ଼ିଥିବା ପ୍ରାର୍ଥୀଙ୍କୁ କୌଣସି ପ୍ରକାର ଅଧିକ ସୁବିଧା ସୁଯୋଗ ମିଳିବ ନାହିଁ। ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସରକାରୀ ଭାଷାରେ ସେମାନଙ୍କର ଜ୍ଞାନ ଥିବା ଆବଶ୍ୟକ। ସେହିପରି ସେମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଆବଶ୍ୟକ।
  • ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୧.୩.୨୦୨୩ ସୁଦ୍ଧା ୧୮ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ବିଭିନ୍ନ ବର୍ଗ (ଏସ୍‌ସି/ଏସ୍‌ଟି, ଓବିସି, ଦିବ୍ୟାଙ୍ଗ, ଏକ୍ସ ସର୍ଭିସ ମ୍ୟାନ ଆଦି) ଅନୁଯାୟୀ ପ୍ରାର୍ଥୀଙ୍କ ସର୍ବାଧିକ ବୟସକୁ କୋହଳ କରାଯାଇଛି। ଚୟନ ହେବା ପରେ ପ୍ରାର୍ଥୀମାନଙ୍କୁ ପ୍ରଥମେ ଅସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯିବ।
  • ଏହି ପଦ ପାଇଁ ଆବେଦନ ଫି’ ୮୫୦ ଟଙ୍କା ରଖାଯାଇଛି। ତେବେ SC/ST/PwBD/EXSM ପ୍ରାର୍ଥୀମାନେ ୧୭୫ ଟଙ୍କା ଫି’ ଦେଇ ଆବେଦନ କରିପାରିବେ।
  • ନିଯୁକ୍ତି ଦେବା ପାଇଁ IBPS ଏକ ଅନ୍‌ଲାଇନ୍ ପରୀକ୍ଷା କରିବ। ତା’ପରେ ବ୍ୟାଙ୍କ ସ୍ଥାନୀୟ ଭାଷାର ଏକ ପରୀକ୍ଷା କରିବ। ଲିଖିତ ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ସଫଳ ହେବେ ସେମାନଙ୍କୁ ସ୍ଥାନୀୟ ଭାଷାର ଏକ ପରୀକ୍ଷା ଦେବାକୁ ହେବ। ଅବଜେକ୍‌ଟିଭ୍‌ ପ୍ରଶ୍ନରେ ଲିଖିତ ପରୀକ୍ଷା ହେବ ଓ ଏଥିରେ ମାଇନସ୍ ମାର୍କିଂ ଅଛି।
Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe