ଆସନ୍ତାକାଲିଠୁ ୫୮ଟି କେନ୍ଦ୍ରରେ ଶିକ୍ଷକ ନିଯୁକ୍ତି ପରୀକ୍ଷା

ପିଲାମାନଙ୍କ ଆଡମିଟ୍ କାର୍ଡ ସମସ୍ୟାର ସମାଧାନ ପାଇଁ ଓସେପାରେ ଏକ ସୁବିଧା କେନ୍ଦ୍ର ସହ ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ କୋରାପୁଟ ଜିଲ୍ଲାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟକ କେନ୍ଦ୍ର ଖୋଲାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Representational Image

  • Published: Thursday, 02 November 2023
  • , Updated: 02 November 2023, 10:04 PM IST

ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ନିମନ୍ତେ ଆସନ୍ତାକାଲିଠୁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ହେବ । ଏହି ପରୀକ୍ଷା ମୋଟ୍ ୭ଦିନ ହେବ ଓ ୧୭ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଏହି ପରୀକ୍ଷା ନିମନ୍ତେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ପରୀକ୍ଷାକୁ ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତାର ସହ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା କରିବ ଓ ଓସେପା କାର୍ଯ୍ୟାଳୟ ପରିସରରେ ଏକ କମାଣ୍ଡ ସେଂଟର କାର୍ଯ୍ୟ କରିବ । ଏଠାରେ ପ୍ରତ୍ୟେକ କେନ୍ଦ୍ରର ସିସିଟିଭି କ୍ୟାମେରାରର ଲାଇଭ୍ ଷ୍ଟ୍ରିମିଂ ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ରାଜ୍ୟ ସରକାର ଚୁକ୍ତିଭିତ୍ତିରେ ୨୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛତା ଭିତ୍ତିରେ ସମ୍ପନ୍ନ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି ।

ଜିଲ୍ଲାସ୍ତରର ଶିକ୍ଷା ଅଧିକାରୀମାନେ ଆଜି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ସମସ୍ତ ପ୍ରକାରର ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଥିଲେ । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପୁଲିସ ମୁତୟନ କରାଯିବ ।

ରାଜ୍ୟସ୍ତରର ବିଭାଗର ଓ ଅନ୍ୟ ନିର୍ଦ୍ଦେଶାଳୟର ୧୮ଜଣ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ ହୋଇଛି । ପିଲାମାନଙ୍କ ଆଡମିଟ୍ କାର୍ଡ ସମସ୍ୟାର ସମାଧାନ ପାଇଁ ଓସେପାରେ ଏକ ସୁବିଧା କେନ୍ଦ୍ର ସହ ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ କୋରାପୁଟ ଜିଲ୍ଲାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟକ କେନ୍ଦ୍ର ଖୋଲାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related story