Advertisment

ଘରୋଇ ସଂସ୍ଥାରେ କନ୍ନଡ଼ ଲୋକଙ୍କ ପାଇଁ ୭୦% ଚାକିରି ସଂରକ୍ଷଣ କଲେ କର୍ଣ୍ଣାଟକ ସରକାର

କେବଳ କର୍ଣ୍ଣାଟକବାସୀଙ୍କ ପାଇଁ ସଂରକ୍ଷିତ ରହିବ ୭୦ ପ୍ରତିଶତ ଆସନ।

ଅଦ୍ୟତନ ହୋଇଛି
CM Siddaramaiah

CM Siddaramaiah

Advertisment

କର୍ଣ୍ଣାଟକ ସରକାର ରାଜ୍ୟବାସୀଙ୍କ ପାଇଁ ଘରୋଇ ସଂସ୍ଥାରେ ଚାକିରି ସଂରକ୍ଷଣ ବ୍ୟବସ୍ଥା ଆଣିଛନ୍ତି। ଅଣ-ପରିଚାଳନା କ୍ଷେତ୍ରରେ ୭୦ ପ୍ରତିଶତ ଏବଂ ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଛି। 

Advertisment

ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିବା ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ କହିଛନ୍ତି। ଏହି ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ଘରୋଇ ସଂସ୍ଥାରେ କେବଳ କନ୍ନଡ଼ିଗା ବା କର୍ଣ୍ଣାଟକବାସୀ ହିଁ ଅଧିକ ନିଯୁକ୍ତି ପାଇବେ।

ଏହା ପୂର୍ବରୁ ଘରୋଇ ସଂସ୍ଥାରେ ଶତ ପ୍ରତିଶତ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘୋଷଣା କରିଥିଲେ। ଏହା ପରେ ବିବାଦ ଉପୁଜିବାରୁ ତାଙ୍କ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ। ପରେ ଶ୍ରମ ମନ୍ତ୍ରୀ ୭୦ ଓ ୫୦ ପ୍ରତିଶତ ସଂରକ୍ଷଣ ନେଇ ସୂଚନା ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଏକ୍ସ ପୋଷ୍ଟରେ କହିଥିଲେ ଯେ, ରାଜ୍ୟର ସମସ୍ତ ବେସରକାରୀ ସଂସ୍ଥାରେ ଗ୍ରୁପ୍ ସି' ଏବଂ ଡି' ଗ୍ରେଡ୍ ପଦବୀ ପାଇଁ ଶତ ପ୍ରତିଶତ କନ୍ନଡବାସୀଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି। ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବିଲକୁ ଅନୁମୋଦନ ମିଳିଛି।

କନ୍ନଡବାସୀଙ୍କୁ ସୁଖପ୍ରଦ ଜୀବନଯାପନର ସୁଯୋଗ ମିଳୁ ଏବଂ ସେମାନେ ନିଜ ମାଟିରେ ଚାକିରିରୁ ବଞ୍ଚିତ ନ ହୁଅନ୍ତୁ ବୋଲି ମୋ ଇଚ୍ଛା। ଏଥିପାଇଁ ଶତପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଣାଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି।

Karnataka Siddaramaiah Karnataka CM Private Jobs Quota
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe