Advertisment

ଆଇପିଏସ୍‌ ସ୍ତରରେ ବଡ଼ ଅଦଳ ବଦଳ, ବଦଳିଲେ ପୁଲିସ୍ କମିଶନର

କଟକ ଡିସିପି ବଦଳିଛନ୍ତି। ତାଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଛି।

ଅଦ୍ୟତନ ହୋଇଛି
Soumendra Priyadarshi

Soumendra Priyadarshi

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଆଇଏଏସ୍‌ ପରେ ଆଇପିଏସ୍‌ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ଏହି ପ୍ରକ୍ରିୟାରେ ବଦଳିଛନ୍ତି ଭୁବନେଶ୍ୱର-କଟକ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ତାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ଏବେ ଗୁଇନ୍ଦା ନିର୍ଦ୍ଦେଶକ ଥିବା ସଞ୍ଜୀବ ପଣ୍ଡାଙ୍କୁ ଟ୍ୱିନ୍‌ ସିଟିର ପୁଲିସ୍ କମିଶନର ଭାବେ ନିଯୁକ୍ତି ମିଳିଛି। 

Advertisment

କଟକ ଡିସିପି ମଧ୍ୟ ବଦଳିଛନ୍ତି। କଟକ ଡିସିପି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଛି। ପୁରୀ ଏସ୍‌ପି କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ସେ ଡେପୁଟି ଆଇଜି ଭାବେ ଏହି ପଦବୀରେ କାର୍ଯ୍ୟ କରିବେ । 

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ୧୯୯୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ସନ୍ତୋଷ ବାଲାଙ୍କୁ ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବାକୁ କୁହାଯାଇଛି। 

Advertisment

ପୂର୍ବାଞ୍ଚଳ ଆଇଜି ଥିବା ୨୦୦୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ହିମାଂଶୁ ଲାଲ୍‌ଙ୍କୁ ଉତ୍ତରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ଉତ୍ତରାଞ୍ଚଳ ଆଇଜି ଥିବା ୨୦୦୪ ବ୍ୟାଚ୍ ଆଇପିଏସ୍‌ ଅଫିସର ଡାକ୍ତର ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି କରାଯାଇଛି। ସେ ଅତିରିକ୍ତ ଭାବେ ଅନୁଗୋଳ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ପ୍ରିନ୍ସିପାଲ ଦାୟିତ୍ୱରେ ରହିବେ ।

ଦକ୍ଷିଣାଞ୍ଚଳ ଆଇଜି ଥିବା ୨୦୦୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ଆଇଜି କରାଯାଇଥିବା ବେଳେ ଇଓଡବ୍ଲ୍ୟୁ, ଏସ୍‌ଟିଏଫ୍ ଆଇଜି ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ଶ୍ରୀ ପଙ୍କଜ ଇଓଡବ୍ଲ୍ୟୁ,ଏସଟିଏଫ ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।

ହେଡକ୍ୱାର୍ଟର ଏଆଇଜିପି ଥିବା ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି। କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସଂପଦଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି କରାଯାଇଛି। ୨୦୧୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ରାୟଗଡ଼ା ଏସ୍‌ପି ଥିବା ବିବେକାନନ୍ଦ ଶର୍ମାଙ୍କୁ ରାଜ୍ୟ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ଏଆଇଜିପି ଭାବେ ବଦଳି କରାଯାଇଛି।  

ବରିଷ୍ଠ ଓପିଏସ୍‌ ତଥା ଢେଙ୍କାନାଳ ଏସ୍‌ପି ଜ୍ଞାନରଂଜନ ମହାପାତ୍ରଙ୍କୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ସୋନପୁର ଏସ୍‌ପି ତଥା ଓପିଏସ୍‌ ଅମରେଶ ପଣ୍ଡାଙ୍କୁ ଏଆଇଜିପି ଭାବେ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଦେବଗଡ଼ ଏସ୍‌ପି ପି.କେ ମିଶ୍ରଙ୍କୁ ରାଉରକେଲା ରେଲୱେ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ରାମ ପ୍ରସାଦ ସାହୁ ହୋଇଛନ୍ତି ଦେବଗଡ଼ ଏସ୍‌ପି।

ଜୟପୁର ଏସ୍‌ଡିପିଓ ହରିଶ ବି.ସିଙ୍କୁ ରାୟଗଡ଼ା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ବାଲିଗୁଡ଼ା ଏସ୍‌ଡିପିଓ ୟଶ୍‌ପ୍ରତାପ ଶ୍ରୀମଲ ହୋଇଛନ୍ତି ସୋନପୁର ଏସ୍‌ପି। ୨୦୨୦ ବ୍ୟାଚ୍‌ର ଏହି ଦୁଇ ଆଇପିଏସ୍‌ ଅଫିସରଙ୍କୁ ଏସ୍‌ପି ଭାବେ ପଦୋନ୍ନତି ମିଳିଛି।  

Odisha Police Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe