Advertisment

NEET SS 2023 କାଉନସେଲିଂ: ଆଜି ରାଉଣ୍ଡ ଟୁ ରେଜିଷ୍ଟ୍ରେସନର ଶେଷ ତାରିଖ

ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍, mcc.nic.in. ମାଧ୍ୟମରେ ତୁରନ୍ତ ରେଜିଷ୍ଟ୍ରେସନ କରିଦିଅନ୍ତୁ।

Representative Image

Representative Image

Advertisment

ଆଜି ସରୁଛି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ସୁପର ସ୍ପେସିଆଲିଟି ବା NEET SS 2023 କାଉନସେଲିଂ ରାଉଣ୍ଡ ଦୁଇ ପାଇଁ ପଞ୍ଜୀକରଣ। ମେଡିକାଲ୍ କାଉନସେଲିଂ କମିଟି ଆଜି ଅର୍ଥାତ୍ ଡିସେମ୍ବର 21ରେ ଏହାର ୱିଣ୍ଡୋ କ୍ଲୋଜ୍ କରିବ। ତେଣୁ ଦିନ ଶେଷ ସୁଦ୍ଧା, ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍, mcc.nic.in. ମାଧ୍ୟମରେ ତୁରନ୍ତ ରେଜିଷ୍ଟ୍ରେସନ କରିଦିଅନ୍ତୁ।

Advertisment

ଆଜି ରେଜିଷ୍ଟ୍ରେସନ ସରିବା ପରେ ମାତ୍ର ଦୁଇ ଦିନ ପରେ ଅର୍ଥାତ୍ ଡିସେମ୍ବର 23ରେ NEET SS 2023 କାଉନସେଲିଂ ରାଉଣ୍ଡ 2 ଫଳାଫଳ ଘୋଷଣା କରାଯିବ। ପ୍ରାର୍ଥିମାନେ ବାଛିଥିବା ଫିଲ୍ଡ ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। NEET SS ରାଉଣ୍ଡ 2ରେ ଯେଉଁ ପ୍ରାର୍ଥୀମାନେ ମନୋନିତ ହେବେ ସେମାନେ ଡିସେମ୍ବର 24ରୁ 31 ମଧ୍ୟରେ ଆଡମିଶନ ପ୍ରକ୍ରିୟା ଶେଷ କରିବାକୁ ସେମାନଙ୍କ ନିଯୁକ୍ତ କଲେଜଗୁଡ଼ିକୁ ରିପୋର୍ଟ କରିପାରିବେ।

NEET SS 2023 କାଉନସେଲିଂ ରାଉଣ୍ଡ 2 ପଞ୍ଜୀକରଣ: କିପରି କରିବେ ଆବେଦନ?

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ଓପନ୍ କରନ୍ତୁ
  • NEET SS କାଇନସେଲିଂ ରେଜିଷ୍ଟ୍ରେସନ୍ ଲିଙ୍କ' ଉପରେ କ୍ଲିକ୍ କରନ୍ତୁ।
  • ରୋଲ ନଂ, ଏବଂ ପାସୱାର୍ଡ ବ୍ୟବହାର କରି ଲଗ୍-ଇନ୍ ଆଇଡି ଲଗ୍-ଇନ୍ କରନ୍ତୁ।
  • ଏହାପରେ  ଆବେଦନ ଫର୍ମ ପୁରଣ କରନ୍ତୁ।
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଶୁଳ୍କ ପୈଠ କରନ୍ତୁ।
  • ଭବିଷ୍ୟତର ରେଫେରେନ୍ସ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ବାହାର କରି ନିଜ ପାଖରେ ରଖନ୍ତୁ।
Advertisment

କେଉଁ କେଁ ଡକ୍ୟୁମେଣ୍ଟ୍ ଆବଶ୍ୟକ

  • MCC ଜାରି କରିଥିବା ସିଟ୍ ଆଲର୍ଟମେଣ୍ଟ ଲେଟର୍।
  • NEET SS ଆଡମିଟ୍ କାର୍ଡ।
  • NEET SS 2023 ରେଜଲ୍ଟ।
  • MBBS ଡିଗ୍ରୀ ପ୍ରମାଣପତ୍ର।
  • ପରିଚୟ ପ୍ରମାଣପତ୍ର, ଯେପରିକି ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ID କାର୍ଡ, ପାସପୋର୍ଟ କିମ୍ବା ଆଧାର କାର୍ଡ।
  • ଜାତୀୟ ମେଡିକାଲ କମିଶନ / NBE / ରାଜ୍ୟ ମେଡିକାଲ ପରିଷଦ ଦ୍ୱାରା ସ୍ଥାୟୀ / ଅସ୍ଥାୟୀ ପଞ୍ଜିକରଣର ଏକ ପ୍ରମାଣପତ୍ର।
  • ଜନ୍ମ ପ୍ରମାଣପତ୍ର।
NEET Job Alert NEET SS 2023 Counselling Job
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe