ପିଜି ପଢ଼ିବା ପାଇଁ ଇନ୍‌ସର୍ଭିସ ଡାକ୍ତରଙ୍କୁ ରିଲିଭ୍ ନେଇ ଆସିଲା ନୂଆ ଗାଇଡଲାଇନ୍‌

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇନସର୍ଭିସ ଡାକ୍ତରମାନେ ରିଲିଭ୍ ହେଲାବେଳେ ନିଜ ନିଜର ପିଜି ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଆବେଦନ ।ଧ୍ୟମରେ ଅବଗତ କରିବେ ।

Representational Image

  • Published: Wednesday, 18 October 2023
  • , Updated: 18 October 2023, 09:34 PM IST

ନିୟମିତ ଇନସର୍ଭିସ ଡାକ୍ତରମାନଙ୍କ ପିଜି ପଢ଼ିବାକୁ ନେଇ ନୂଆ ଗାଇଡଲାଇନ୍ ଜାରି ହୋଇଛି । ପିଜି ପାଠ୍ୟକ୍ରମ ପଢ଼ିବା ନିମନ୍ତେ ଇନସର୍ଭିସ ଡାକ୍ତରମାନଙ୍କୁ ରିଲିଭ୍ କରାଯିବାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇନସର୍ଭିସ ଡାକ୍ତରମାନେ ରିଲିଭ୍ ହେଲାବେଳେ ନିଜ ନିଜର ପିଜି ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଆବେଦନ ।ଧ୍ୟମରେ ଅବଗତ କରିବେ । ଫଳରେ ପ୍ରତ୍ୟେକ ମାସ ପାଇଁ ସେମାନଙ୍କ ଉପସ୍ଥାନ ବିବରଣୀ ସମ୍ପୃକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) କିମ୍ବା ଜନସ୍ୱାସ୍ଥ୍ୟ ଅଧିକାରୀ(ପିଏଚଓ)ଙ୍କ ପାଖକୁ ଦରମା ଉଠାଣ ପାଇଁ ପଠାଯିବ । ପିଜି ପାଠ୍ୟକ୍ରମ ପାଇଁ ରିଲିଭ୍ ହୋଇଥିବା ଡାକ୍ତରମାନଙ୍କ ତାଲିକା, ଅନୁଷ୍ଠାନରେ ଯୋଗ ଦେବା ତାରିଖ ଓ ପିଜି ପାଇଁ ଅରିଜିନାଲ ବଣ୍ଡକୁ ସମ୍ପୃକ୍ତ ସିଡିଏମଓ ଓ ପିଏଚଓମାନେ ବିଭାଗରେ ଷ୍ଟୁଡେଣ୍ଟ ଲିଭ୍ ମଞ୍ଜୁରୀ ନିମନ୍ତେ ଦାଖଲ କରିବେ । ନିୟମିତ ଇନସର୍ଭିସ ଡାକ୍ତରମାନେ ଦରମା ଗ୍ରହଣ କରିବେ ଅବା ପିଜି ଅନୁଷ୍ଠାନରୁ ଷ୍ଟାଇପେଣ୍ଡ ନେବେ ସେ ନେଇ ସମ୍ପୃକ୍ତ ସିଡିଏମଓ ଓ ପିଏଚଓଙ୍କୁ ଏକ ସତ୍ୟପାଠ ଆକାରରେ ଅଣ୍ଡରଟେକିଙ୍ଗ ଦେବାକୁ ପଡ଼ିବ । ପିଜି ପାଠ୍ୟକ୍ରମ ଅଧାରୁ ଛାଡ଼ିଲେ ସମ୍ପୃକ୍ତ ଡାକ୍ତରମାନଙ୍କୁ ଛୁଟି ଅବଧିରେ ପାଇଥିବା ସମ୍ପୂର୍ଣ୍ଣ ଦରମା ଫେରାଇବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related story