Advertisment

NITରେ ନିଯୁକ୍ତି ସୁଯୋଗ, ପ୍ରଫେସର ପଦବୀ ପାଇଁ ଚାଲିଛି ଆବେଦନ

ଅନଲାଇନ୍ ମାଧ୍ୟମରେ ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ୩୦ ଏପ୍ରିଲ୍ ୨୦୨୪।

Representative Image

Representative Image

Advertisment

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT), ଦୁର୍ଗାପୁରରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ ହେବ। ମୋଟ ୪୩ଟି ପଦବୀ ପୂରଣ ହେବାକୁ ଥିବାବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

Advertisment

ଅନଲାଇନ୍ ମାଧ୍ୟମରେ ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ୩୦ ଏପ୍ରିଲ୍ ୨୦୨୪। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NITର ଅଫିସିଆଲ୍ ୱେବସାଇଟ nitdgp.ac.in ଜରିଆରେ 

ଖାଲି ପଦବୀ: ୪୩ଟି

  • ଆସିଷ୍ଟାଣ୍ଟ ପ୍ରଫେସର – ୩୭
  • ଆସୋସିଏଟ୍ ପ୍ରଫେସର – ୫
  • ପ୍ରଫେସର – ଗୋଟିଏ

ଶିକ୍ଷାଗତ ଯୋଗ୍ୟତା:

  • ପ୍ରତ୍ୟେକ ପଦବୀ ପାଇଁ Ph.D ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା:

  • ସର୍ବାଧିକ ବୟସ – ୬୦ ବର୍ଷ

ମାସିକ ଦରମା:

  • ଆସିଷ୍ଟାଣ୍ଟ ପ୍ରଫେସର(Grade-I) – ୭୦,୯୦୦ ଟଙ୍କା
  • ଆସିଷ୍ଟାଣ୍ଟ ପ୍ରଫେସର(Grade-II) – ୧,୦୧,୫୦୦ ଟଙ୍କା
  • ଆସୋସିଏଟ୍ ପ୍ରଫେସର – ୧,୩୯,୬୦୦ ଟଙ୍କା
  • ପ୍ରଫେସର – ୧,୫୯,୧୦୦ ଟଙ୍କା
Advertisment

କିପରି ଆବେଦନ କରିବେ 

  • Https://nitdgp.ac.in/ ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ।
  • କ୍ୟାରିୟର ସେକ୍ସନରେ 'କ୍ଲିକ୍ ହିଅର୍ ଟୁ ଆପ୍ଲାଏ' ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
  • ଆବଶ୍ୟକୀୟ ପରିଚୟପତ୍ର ଦେଇ ପଞ୍ଜିକରଣ କରନ୍ତୁ।
  • ଲଗଇନ୍ କରିବା ପରେ ଆବେଦନ କରନ୍ତୁ। 
  • ଆବେଦନ ଫର୍ମର ପ୍ରିଣ୍ଟଆଉଟ୍ ଡାଉନଲୋଡ୍ କରି ରଖନ୍ତୁ।
  • ଆବେଗନ ଫର୍ମକୁ ରେଜିଷ୍ଟ୍ରାର୍ (I / C), ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦୁର୍ଗାପୁର -713209, ପଶ୍ଚିମବଙ୍ଗ ଠିକଣାରେ ସେଣ୍ଡ କରନ୍ତୁ। 

ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ଚେକ୍ କରନ୍ତୁ। 

NIT Job Alert Job NIT Recruitment NIT Professor Job
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe