Advertisment

୩୯୯ଟି ଓଏଏସ୍ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି , ୧୭ରୁ ଅନଲାଇନ୍ ଆବେଦନ

ବିଜ୍ଞପ୍ତି ଅନୁସାରେ, ମୋଟ ୩୯୯ଟି ପଦବୀ ମଧ୍ୟରୁ ୧୩୧ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
undefined

Govt Jobs

ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସେବାର ଗ୍ରୁପ-ଏ ଓ ଗ୍ରୁପ-ବି ବର୍ଗରେ ମୋଟ ୩୯୯ଟି ପଦବୀ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜାନୁୟାରୀ ୧୭ରୁ ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ଫେବୃୟାରୀ ୧୬ତାରିଖ ଫର୍ମ ପକାଇବାର ଶେଷଦିନ ଧାର୍ଯ୍ୟ ହୋଇଛି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ଏହି ବିଜ୍ଞପ୍ତି ହୋଇଛି।

Advertisment

ବିଜ୍ଞପ୍ତି ଅନୁସାରେ, ମୋଟ ୩୯୯ଟି ପଦବୀ ମଧ୍ୟରୁ ୧୩୧ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ମୋଟ ପଦବୀରେ ୨୨୯ଟି ଅଣସଂରକ୍ଷିତ ବର୍ଗ, ୩୮ଟି ଏସଇବିସି, ୬୦ଟି ଅନୁସୂଚିତ ଜାତି, ୭୨ଟି ଅନୁସୂଚିତ ଜନଜାତି, ୩୨ଟି ଭିନ୍ନକ୍ଷମ ଓ ୪ଟି ପଦବୀ କ୍ରୀଡ଼ାବିତଙ୍କ ପାଇଁ ସଂରକ୍ଷିତ ରହିଛି।

ଏହି ପ୍ରଶାସନିକ ସେବା ପଦବୀଗୁଡ଼ିକ ମଧ୍ୟରେ ୩୦ଟି ପଦବୀ ଓଏଏସ୍ ଜୁନିୟର ଗ୍ରେଡ୍ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଓଏଫଏସ ପାଇଁ ୫୬ଟି, ଓପିଏସ ପାଇଁ ୬ଟି, ଓସିଏସ୍ ପାଇଁ ୧୨ଟି, ଓଆରଏସରେ ୯୦ଟି, ଓଏଲଏସରେ ୧୧୩ଟି, ଓଟିଆଣ୍ଡଏଏସ୍ ୬୮ଟି, ଓଡ଼ିଶା ନିୟୋଜନ ସେବା(ଓଇଏସ)ରେ ୧ଟି, ଓସିଏଏସରେ ୪ଟି ଓ ଓଡ଼ିଶା ପର୍ଯ୍ୟଟନ ସେବା(ଓଟିଏସ)ରେ ୧୪ଟି ପଦବୀ ରହିଛି।

Advertisment
Job Vacancy Oas Exam In Odia Oas