Advertisment

NTPCରେ ଚାକିରି ସୁଯୋଗ; ଦରମା ମାସକୁ ୫୫,୦୦୦ ଟଙ୍କା

ମୋଟ୍ ୨୨୩ଟି କାର୍ଯ୍ୟନିର୍ବାହୀ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

NTPC ଲିମିଟେଡ୍‌ରେ ଚାକିରି ସୁଯୋଗ। ଭାରତ ସରକାରଙ୍କ ଅଧିନରେ ଥିବା ଏହି ସଂସ୍ଥାରେ କାର୍ଯ୍ୟନିର୍ବାହୀ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୨୨୩ଟି ପଦବୀ ପୂରଣ ହେବ।

Advertisment

ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍ ମୋଡ୍‌ରେ ଚାଲିଛି ଆବେଦନ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ଅଫିସିଆଲ୍ ୱେବ୍‌ସାଇଟ୍ https://careers.ntpc.co.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୮ ଫେବୃଆରୀ ୨୦୨୪ ରହିଛି। ନିମ୍ନରେ ଏନେଇ ସବିଶେଷ ତଥ୍ୟ ଦିଆଯାଇଛି...

ଖାଲି ପଦବୀ:

  • UR – ୯୮ଟି ପୋଷ୍ଟ୍‌
  • EWS – ୨୨ଟି ପୋଷ୍ଟ୍‌
  • OBC – ୪୦ଟି ପୋଷ୍ଟ୍‌
  • SC – ୩୯ଟି ପୋଷ୍ଟ୍‌
  • ST – ୨୪ଟି ପୋଷ୍ଟ୍‌
Advertisment

ଶିକ୍ଷାଗତ ଯୋଗ୍ୟତା:
ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ୍ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ସହ ସର୍ବନିମ୍ନ ଏକ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା:

  • ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଉଚିତ
  • ବୟସ ଗଣନା ୮, ଫେବୃଆରୀ ୨୦୨୪ରୁ କରାଯିବ

ମାସିକ ଦରମା:
ମାସକୁ ୫୫,୦୦୦ ଟଙ୍କା ଦରମା ବ୍ୟତୀତ HRA / କମ୍ପାନୀରେ ରହଣୀ ସୁବିଧା, ନାଇଟ୍ ସିଫ୍ଟ ମନୋରଞ୍ଜନ ଭତ୍ତା ଏବଂ ଚିକିତ୍ସା ସୁବିଧା ଅଛି।

ଆବେଦନ ଶୁଳ୍କ:

  • General/ EWS/ OBC – ୩୦୦ ଟଙ୍କା
  • SC/ST/PwBD – ଦେୟମୁକ୍ତ

କିପରି କରିବେ ଆବେଦନ:

  • NTPCର ଅଫିସିଆଲ୍ ୱେବସାଇଟ୍ careers.ntpc.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ନୋଟିସ୍ ବୋର୍ଡରେ ଥିବା ନୋଟିଫିକେସନରୁ ବାଛି କ୍ଲିକ୍ କରନ୍ତୁ
  • ଆପ୍ଲାଏ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଫର୍ମ ପୂରଣ କରି ପଞ୍ଜୀକରଣ କରନ୍ତୁ
  • ପଞ୍ଜୀକରଣ ସମୟରେ କ୍ରିଏଟ ହୋଇଥିବା ଆଇଡି ବ୍ୟବହାର କରି ଲଗ୍ ଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
  • ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ନିଜପାଖରେ ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ

ଅଧିକ ସୂଚନା ପାଇଁ NTPCର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ। 

NTPC Recruitment 2024 NTPC Recruitment NTPC JOB JOB News