Job
ନ୍ୟାସ୍ନାଲ୍ ଥର୍ମାଲ୍ ପାୱାର୍ କର୍ପୋରେସନ୍ (NTPC)ରେ ଚାକିରି ଅପେକ୍ଷାରେ ଥିଲେ ସୁବର୍ଣ୍ଣ ସୁଯୋଗ। କାର୍ଯ୍ୟନିର୍ବାହୀ (ବାୟୋମାସ୍) ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଅକ୍ଟୋବର ୨୮ ପର୍ଯ୍ୟନ୍ତ ଆବେଦନ ପାଇଁ ସୁଯୋଗ ରହିଛି।
Advertisment
ବିଜ୍ଞପ୍ତି ଅନୁସାରେ, ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହା ମାଧ୍ୟମରେ ୫୦ଟି ପଦବୀ ପୂରଣ ହେବ। NTPCର ଅଫିସିଆଲ୍ ୱେବ୍ସାଇଟ୍ ntpc.co.in ମାଧ୍ୟମରେ ଆବେଦନ କରିପାରିବେ। ଅକ୍ଟୋବର ୧୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥିବାବେଳେ ୨୮ ଅକ୍ଟୋବର ପର୍ଯ୍ୟନ୍ତ ସମୟସୀମା ରହିଛି।
ଖାଲି ପଦବୀ: ୫୦ଟି ପୋଷ୍ଟ୍
- ସାଧାରଣ ବର୍ଗ – ୨୨
- EWS – ୫
- OBC – ୧୩
- SC – ୭
- ST – ୩
ଯୋଗ୍ୟତା:
ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏଗ୍ରିକଲଚର ସାଇନ୍ସରେ B.Sc. ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ।
Advertisment
ବୟସ ସୀମା:
ସର୍ବନିମ୍ନ ବୟସ ୨୭ବର୍ଷ ଥିବାବେଳେ ସର୍ବାଧିକ ବୟସ ବାବଦରେ ସେପରି କିଛି ସମ୍ପର୍ଣ୍ଣ ବିବରଣୀ ଦିଆଯାଇନାହିଁ।
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/ OBC/EWS – ୩୦୦ ଟଙ୍କା
- SC/ST /PWBDମହିଳା/ESM – ଦେୟମୁକ୍ତ
ଚୟନ ପ୍ରକ୍ରିୟା:
- କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT)
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
