Advertisment

ଦଶମ ପାସ୍ କରିଥିଲେ ନବୋଦୟ ବିଦ୍ୟାଳୟ ସମିତିରେ ଚାକିରି

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୩୭୭ଟି ପଦବୀ ପୂରଣ ହେବ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ନବୋଦୟ ବିଦ୍ୟାଳୟ ସମିତି(NVS)ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ମାଧ୍ୟମରେ ଅଣ-ଶିକ୍ଷଣ କ୍ଷେତ୍ରରେ ଗ୍ରୁପ୍-ବି, ଗ୍ରୁପ୍-ସି ବିଭାଗରେ ବିଭିନ୍ନ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NVS ର ଅଫିସିଆଲ୍ ୱେବସାଇଟ୍ navodaya.gov.in.କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। 

Advertisment

ବର୍ତ୍ତମାନ ସୁଦ୍ଧା ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇନାହିଁ। ଅପଡେଟ୍ ଜାଣିବା ପାଇଁ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ। 

କେଉଁ ପଦବୀ ପୂରଣ ହେବ 
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୩୭୭ଟି ପଦବୀ ପୂରଣ ହେବ। ସେଥିମଧ୍ୟରେ ଜୁନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ (JSA), ଷ୍ଟେନୋଗ୍ରାଫର, ଷ୍ଟାଫ୍ ନର୍ସ, ASO, ଅଡିଟ୍ ଆସିଷ୍ଟାଣ୍ଟ, ଇଲେକ୍ଟ୍ରିକାଲ୍ କମ୍‌ ପ୍ଲମ୍ବର, କ୍ୟାଟରିଂ ସୁପରଭାଇଜର, ମେସ୍ ହେଲ୍‌ପର୍‌, ମଲ୍ଟି ଟାସ୍କିଂ ଷ୍ଟାଫ୍ (MTS) ଆଦି ଅନେକ ପଦବୀ ରହିଛି।

Advertisment

ଖାଲି ଥିବା ପଦବୀ:

  • ମହିଳା ଷ୍ଟାଫ୍ ନର୍ସ - ୧୨୧ଟି 
  • ସହକାରୀ ବିଭାଗୀୟ ଅଧିକାରୀ - ୫ଟି
  • ଅଡିଟ୍ ଆସିଷ୍ଟାଣ୍ଟ - ୧୨ଟି 
  • ଜୁନିଅର ଟ୍ରାନ୍ସଲେସନ ଅଫିସର୍ - ୪ଟି 
  • ଷ୍ଟେନୋଗ୍ରାଫର୍ - ୨୩ଟି 
  • କମ୍ପ୍ୟୁଟର ଅପରେଟର - ୨ଟି 
  • କ୍ୟାଟରିଂ ସୁପରଭାଇଜର - ୭୮ଟି 
  • ଜୁନିଅର୍‌ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ - ୩୮୧ଟି 
  • ଇଲେକ୍ଟ୍ରିକାଲ୍ କମ୍‌ ପ୍ଲମ୍ବର - ୧୨୮ଟି 
  • ଲ୍ୟାବ୍‌ ଆଟେଣ୍ଡାଣ୍ଟ୍‌ - ୧୬୧ଟି 
  • ମେସ୍ ହେଲ୍‌ପର୍‌ - ୪୪୨ଟି 
  • MTS - ୧୯ଟି 

ଶିକ୍ଷାଗତ ଯୋଗ୍ୟତା:
ବିଭିନ୍ନ ପୋଷ୍ଟ୍ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ। BSc ଅନର୍ସ ସହିତ ନର୍ସିଂ କୋର୍ସ, ବ୍ୟାଚଲର୍ ଡିଗ୍ରୀ, B.Com, ଦଶମ ଆଦି ଶିକ୍ଷାଗତ ଯୋଗ୍ୟତା ରହିଥିବା ଆବଶ୍ୟକ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ଆବେଦନ ଶୁଳ୍କ:

  • ମହିଳା ଷ୍ଟାଫ ନର୍ସ – ସବୁ ବର୍ଗ ପାଇଁ ୧୫୦୦ ଟଙ୍କା, SC/ST/PwBD ପାଇଁ ୫୦୦ ଟଙ୍କା
  • ଅନ୍ୟାନ୍ୟ ପଦବୀ ପାଇଁ – ସବୁ ବର୍ଗ ପାଇଁ ୧୦୦୦ ଟଙ୍କା, SC/ST/PwBD ପାଇଁ ୫୦୦ ଟଙ୍କା
Job Opportunity Job Alert NVS Job Navodaya Vidyalaya Samiti