Advertisment

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶନ ଉପରୁ କଟକଣା ଉଠାଇଲେ ହାଇକୋର୍ଟ

ହାଇକୋର୍ଟ ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଗୋଟିଏ ପଦବୀ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖି ଫଳ ପ୍ରକାଶନ କରିବାକୁ ଅନୁମତି ଦେଇଛନ୍ତି।

undefined

High Court

Advertisment

ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା-୨୦୨୧ ପରୀକ୍ଷା ଫଳ ପ୍ରକାଶନ ଉପରେ ଜାରି ଅନ୍ତରୀଣ କଟକଣାକୁ ଆଜି ଓଡ଼ିଶା ହାଇକୋର୍ଟ ପ୍ରତ୍ୟାହାର କରିନେଇଛନ୍ତି। ତେବେ ଫଳ ପ୍ରକାଶନ ସମୟରେ ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ହାଇକୋର୍ଟ ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଗୋଟିଏ ପଦବୀ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖି ଫଳ ପ୍ରକାଶନ କରିବାକୁ ଅନୁମତି ଦେଇଛନ୍ତି। ସତୀଶ କୁମାର ପାଣିଗ୍ରାହୀ ନାମକ ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଓଡ଼ିଶା ଲୋକସେବା ଆୟୋଗଙ୍କ ‘ପର୍ସନାଲିଟି ଟେଷ୍ଟ’ରେ ଯୋଗ ଦେବାକୁ ଅନୁମତି ନଦେବାରୁ ସିଏ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ କୋର୍ଟ ଏହି ଫଳ ପ୍ରକାଶନ ଉପରେ କଟକଣା ଜାରି କରିଥିଲେ। ତେବେ ଅନ୍ୟ ମେଧାବୀ ପ୍ରାର୍ଥୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତିର ପୁନର୍ବିଚାର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓଡ଼ିଶା ଲୋକସେବା ଆୟୋଗ। ଆୟୋଗଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ମହାପାତ୍ରଙ୍କ ଖଣ୍ଡପୀଠ ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ତେବେ ଗୋଟିଏ ପଦବୀକୁ ଛାଡ଼ି ଅନ୍ୟ ସବୁ ପଦବୀ ପାଇଁ ଫଳ ପ୍ରକାଶ ପାଇପାରିବ । ଏହି ଗୋଟିଏ ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଆବେଦନକାରୀ ଶ୍ରୀ ପାଣିଗ୍ରାହୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୧ ପାଇଁ ଭିନ୍ନକ୍ଷମ ବର୍ଗରେ ଆବେଦନ କରିଥିଲେ । ସେ ୪୦ ପ୍ରତିଶତ ଭିନ୍ନକ୍ଷମ ବୋଲି ଦର୍ଶାଇଥିଲେ । କିନ୍ତୁ ଓଡ଼ିଶା ଲୋକସେବା ଆୟୋଗ ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରେ (ପର୍ସନାଲିଟି ଟେଷ୍ଟ)ରେ ସାମିଲ ପାଇଁ ଅନୁମତି ଦେଇନଥିଲେ । ଆୟୋଗଙ୍କ ଏଭଳି ନିଷ୍ପତ୍ତି ବିରୁଦ୍ଧରେ ସେ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ ।

Advertisment
Odisha Highcourt High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe