Advertisment

ବାହାରିଲା ଓଏଏସ୍‌ ପରୀକ୍ଷା ଫଳ, ସୁଦେବ କୁମାର ପୃଷ୍ଟି ଟପ୍ପର

ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଏବଂ ୫ ଝିଅ ଅଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Representational Image

Representational Image

ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଅଛନ୍ତି।

Advertisment

ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଥିବା ବେଳେ ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା ୪ର୍ଥ, ଶ୍ୱେତଲିନା ମାହାନା ୫ମ, ଅଗ୍ନିଜା ଶିବଦତ୍ତା ୬ଷ୍ଠ, ସନ୍ତୋଷ କୁମାର ପାତ୍ର ୭ମ, ମୀମାଂସା ସାହୁ ୮ମ, ବିନ୍ଦୁ ବଳୟ ରାଉତରାୟ ୯ମ ଓ ସୌମ୍ୟରଂଜନ ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ ନିମନ୍ତେ ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପରେ ଚଳିତ ଜୁଲାଇ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ସନାଲିଟି ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର୍ଥୀମାନେ htpp://opsc.gov.in କୁ ଯାଇ ସେମାନଙ୍କ ରେଜଲ୍ଟ ଜାଣିପାରିବେ।

Advertisment

ଚତୁର୍ଥ ସ୍ଥାନ ହାସଲ କରିଥିବା କଟକର ବୈଶାଖୀ ଲେଙ୍କା କହିଛନ୍ତି, ଏଇଟା ମୋର ଦ୍ୱିତୀୟ ପ୍ରୟାସ ଥିଲା। ପ୍ରଥମ ଥର ସାକ୍ଷାତକାର ପର୍ଯ୍ୟନ୍ତ ଯାଇଥିଲି। କିନ୍ତୁ ପାଇ ନଥିଲି। କିନ୍ତୁ ତା’ ପରେ ପୁଣି ପରିଶ୍ରମ କଲି। ଏଥର ପାଇବି ବୋଲି ବିଶ୍ୱାସ ଥିଲା। କିନ୍ତୁ ଚତୁର୍ଥ ସ୍ଥାନରେ ରହିବି ବୋଲି ଭାବି ନଥିଲି। 

 2021-22 ବର୍ଷ ପାଇଁ ଅନୁଷ୍ଠିତ ଓସିଏସ୍ ପ୍ରିଲିମ୍ ପାଇଁ ପ୍ରାୟ ୭୦ ହଜାର ପିଲା ପରୀକ୍ଷା ଦେଇଥିଲେ। ସେଭିତରୁ ମେନ୍ ପାଇଁ ୫ ହଜାର ସିଲେକ୍ଟ ହୋଇଥିଲା ବେଳେ, ଶେଷ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ମନୋନୀତ ହୋଇଥିଲେ ପ୍ରାୟ 8 ଶହ ପ୍ରାର୍ଥୀ।

Job Vacancy OAS Result Odisha