/odisha-reporter/media/post_attachments/uploadimage/library/16_9/16_9_0/IMAGE_1687362616.jpg)
Loka Seva Bhaban
ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । କଟକ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ ଅମ୍ବର କୁମାର କରଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ କର ଅତିରିକ୍ତ ଭାବେ ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ କରଙ୍କ ସମେତ ବରିଷ୍ଠ ଓଏଏସ୍ ସଂଘମିତ୍ରା ଶତପଥୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଶ୍ରୀମତୀ ଶତପଥୀ ଏବେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଅବକାରୀ ବିଭାଗର ଅତିରିକ୍ତ ସଚିବ ମିହିର ପ୍ରସାଦ ମହାନ୍ତିଙ୍କୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବଦଳି ହୋଇଛି । ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ସୁବାସ ଚନ୍ଦ୍ର ରାୟଙ୍କୁ କଟକ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।
ସେହିପରି ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣର ସଚିବ ଲଲାଟେନ୍ଦୁ ସାହୁଙ୍କୁ ଓଟିଡିସି ଜେନେରାଲ ମ୍ୟାନେଜର, ବରିଷ୍ଠ ଓଏଏସ୍ ବୈତୁରା ଦୀପଙ୍କୁ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସୋନପୁର ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟଙ୍କୁ ଝାରସୁଗୁଡ଼ା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
