/odisha-reporter/media/post_attachments/uploadimage/library/16_9/16_9_0/OAV_1710769853.jpg)
OAV
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ। ଏହା ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ଆଶାୟୀମାନେ https://www.oav.edu.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
କେଉଁ ପଦରେ ହେବ କେତେ ନିଯୁକ୍ତି
୧୧୦ଟି ଅଧ୍ୟକ୍ଷ ପଦ ସହିତ ପିଜିଟି ପଦାର୍ଥ ବିଜ୍ଞାନ ପାଇଁ ୨୫ଟି ପଦ ରହିଥିବା ବେଳେ ପିଜିଟି ରସାୟନ ବିଜ୍ଞାନରେ ୨୫, ପିଜିଟି ବାୟୋଲୋଜିରେ ୨୨, ପିଜିଟି ଗଣିତରେ ୩୫, ପିଜିଟି କମର୍ସରେ ୧୭, ପିଜିଟି କମ୍ପ୍ୟୁଟର ସାଇନ୍ସରେ ୧୫୬, ଟିଜିଟି ଇଂରାଜୀରେ ୨୫୫, ଟିଜିଟି ଗଣିତରେ ୧୬୯, ଟିଜିଟି ବିଜ୍ଞାନରେ ୯୨ ଓ ଟିଜିଟି ସୋସିଆଲ ଷ୍ଟଡିଜ୍ରେ ୧୦୪ ଟି ପଦ ପୂରଣ ହେବ। ସେହିପରି ୧୬୦ ଜଣ ଆର୍ଟ ଟିଚର, ୮୯ ଜଣ ପିଇଟି ଓ ୮୩ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ସଂରକ୍ଷଣ ବ୍ୟବସ୍ଥା
ଏହି ସବୁ ପଦଗୁଡ଼ିକ ନିୟମିତ। ସେହିପରି ଏଗୁଡ଼ିକରେ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ୧୩୪୨ଟି ପଦରୁ ୪୬୮ଟି ଅସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ତା’ ମଧ୍ୟରୁ ୧୫୭ଟି ଅସଂରକ୍ଷିତ ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏସ୍ଇବିସିଙ୍କ ପାଇଁ ମୋଟ ୧୩୦ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥିରୁ ଏହି ବର୍ଗର ମହିଳାଙ୍କ ପାଇଁ ୪୪ଟି ପଦ ଉଦ୍ଦିଷ୍ଟ ରହିଛି। ଏସ୍ସି ବର୍ଗ ପାଇଁ ୨୩୨ଟି ପଦ ସଂରକ୍ଷିତ ରହିଥିବା ବେଳେ ତା’ ମଧ୍ୟରୁ ଏହି ବର୍ଗର ମହିଳାଙ୍କ ପାଇଁ ୭୮ଟି ଉଦ୍ଦିଷ୍ଟ। ଏସ୍ଟି ପ୍ରାର୍ଥୀଙ୍କ ପାଇଁ ୫୧୨ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥିରୁ ଏହି ବର୍ଗର ମହିଳାଙ୍କ ପାଇଁ ୧୭୧ଟି ଉଦ୍ଦିଷ୍ଟ। ସେହିପରି ଏହି ମୋଟ ୧୩୪୨ ପଦ ମଧ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ୫୩ଟି ସଂରକ୍ଷିତ ହୋଇଥିବା ବେଳେ ଏକ୍ସ-ସର୍ଭିସମେନ୍ଙ୍କ ପାଇଁ ୩୬ଟି ଓ ସ୍ପୋର୍ଟସ ମେନ୍ଙ୍କ ପାଇଁ ୧୪ଟି ପଦ ସଂରକ୍ଷିତ ରହିଛି।
ଦରମା
ଅଧ୍ୟକ୍ଷମାନେ ୧୩ ନମ୍ବର ପେ’ ଲେବେଲ୍ରେ ଆସୁଥିବା ବେଳେ ସେମାନେ ମାସିକ ୬୭,୭୦୦ ଟଙ୍କା ଦରମା ପାଇବେ। ପିଜିଟି ପଦାର୍ଥ ବିଜ୍ଞାନ, ପିଜିଟି ରସାୟନ ବିଜ୍ଞାନ, ପିଜିଟି ବାୟୋଲୋଜି, ପିଜିଟି ଗଣିତ, ପିଜିଟି କମର୍ସ ଓ ପିଜିଟି କମ୍ପ୍ୟୁଟର ସାଇନ୍ସ ପଦଗୁଡ଼ିକ ପେ’ ଲେବେଲ ୧୧ରେ ଆସୁଥିବା ବେଳେ ଏହି ଶିକ୍ଷକମାନେ ମାସକୁ ୪୭,୬୦୦ ଟଙ୍କା ଦରମା ପାଇବେ। ଟିଜିଟି ଇଂରାଜୀ, ଟିଜିଟି ଗଣିତ, ଟିଜିଟି ବିଜ୍ଞାନ, ଟିଜିଟି ସୋସିଆଲ ଷ୍ଟଡିଜ୍ ଓ ଆର୍ଟ ଟିଚର ପଦ ପେ’ ଲେଭଲ ୧୦ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହି ଶିକ୍ଷକମାନେ ମାସିକ ୪୪,୯୦୦ ଟଙ୍କା ଦରମା ପାଇବେ। ସେହିପରି ପିଇଟି ଓ କମ୍ପ୍ୟୁଟର ଶିକ୍ଷକମାନେ ମାସିକ ୩୫, ୪୦୦ ଟଙ୍କା ଦରମା ପାଇବେ।
ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟରେ ଜାଣିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବ୍ସାଇଟ୍ oav.edu.in କୁ ଯାଇ Announcements ସେକ୍ସନରେ ଦେଖନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
